ଭୁବନେଶ୍ୱର, (୨୧/୧୦) : ଆପ୍ର : ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଆଲୋଚନା କରିବେ ।
ଏହାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ବୈଠକରେ ପୁଲିସ ଡିଜି, ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ରହିବେ । ଏଥିସହ ଟ୍ୱିନ୍ ସିଟି ପୁଲିସର କମିଶନର ମଧ୍ୟ ବୈଠକରେ ଯୋଗଦେବେ । ତେବେ ବୈଠକର ନିର୍ଦ୍ଦିଷ୍ଟ ଏଜେଣ୍ଡା ଓ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ମିଳିନାହିଁ ।ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଓ ପ୍ରଶାସନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠିବ କି ନାହିଁ, ତାହା ଉପରେ ନଜର ରହିଛି ।

