ବାଲିଗୁଡା, (୧୭/୮) :ଆପ୍ର : କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଛି ।
ଏଥିରେ ମୋଟ ୫୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୦ଟି ବ୍ୟକ୍ତିଗତ ଓ ୩୯ଟି ସାମୂହିକ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଉପଜିଲ୍ଲାପାଳ’ଶ୍ରୀମତୀ ପ୍ରଣୀତା ଦାସ,ପ୍ରବେସନାରୀ ଭାରତୀୟ ପ୍ରଶାସନ ଅଧିକାରୀ ଯଶକିରଣ ସିଂ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ,ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ବୁ ନାଥ ନନ୍ଦୀ ,ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସନ କୃପାସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ ।
ବାଲିଗୁଡା ରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ରେ ଜନ ସାଧାରଣ ଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କୀତ ଅଭିଯୋଗ ମାନ ଆସିଥିଲା । ଏହି ଅଭିଯୋଗ ଶୁଣାଣି ରେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡ଼ିଓ ଅକ୍ଷୟ କୁମାର ମଳିକ, ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ରାସ୍ତାଘାଟ, ଆବାସ ଯୋଜନା, ଭତ୍ତା, ଭିନ୍ନ କ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଅଭିଯୋଗ ଆସିଥିଲା ଜିଲ୍ଲାପାଳ ବେଦ ଭୂଷଣ ନୂତନ ଅଭିଯୋଗ ଶୁଣିବା ସହିତ ପୂର୍ଵ ଅଭିଯୋଗ ଗୁଡିକ ର ମଧ୍ୟ ସମାଧାନ କରିଥିଲେ । ଏହି ଜନ ଶୁଣାଣି ରେ ବାଲିଗୁଡା ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ସମେତ ଉପଜିଲ୍ଲାପାଳ କାର୍ଯ୍ୟଳୟ କର୍ମଚାରୀ ସହଯୋଗ କରିଥିଲେ ।

