Homebreaking newsପାରିବାରିକ କଳହର କରୁଣ ପରିଣତି, ମାନସିକ ଚାପରେ ରହି ଜୀବନ ହାରିଲେ ସିଆରପିଏଫ୍ ଯବାନ

ପାରିବାରିକ କଳହର କରୁଣ ପରିଣତି, ମାନସିକ ଚାପରେ ରହି ଜୀବନ ହାରିଲେ ସିଆରପିଏଫ୍ ଯବାନ

ବାଲିଗୁଡ଼ା, (୦୭/୦୭) : ଆପ୍ର : ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ସିଆରପିଏଫ୍ ଯବାନ

ମାନସିକ ଚାପରେ ରହି ଜୀବନ ହାରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତ ଯବାନ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀରେ ରହୁଥିବା ଅଶୋକ ବେହେରା । ଖବର ଅନୁଯାୟୀ, ସୋମବାର ବିଷ ପିଇ କବାଟ ବନ୍ଦ କରି ରଖିଥିଲେ ଯବାନ । ଦୀର୍ଘ ସମୟ ଧରି କୋଠରୀ ବନ୍ଦ ରହିବା ଏବଂ ସେ ସାଙ୍ଗସାଥୀ ମାନଙ୍କ ଫୋନ୍ କଲର କୌଣସି ଉତ୍ତର ନ ଦେବାରୁ ଆଖପାଖ ଲୋକଙ୍କ ସନ୍ଦେହ ହୋଇଥିଲା ।

ଏହାପରେ ସାହି ପଡ଼ିଶା ବାଲିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ । ବାଲିଗୁଡା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ହେବ ମାନସିକ ଚାପରେ ଥିଲେ ଅଶୋକ । କିଛି ଦିନ ହେବ ଛୁଟିରେ ଆସିଥିଲେ ଯବାନ । ପାରିବାରିକ ଅଶାନ୍ତିକୁ ନେଇ ଜୀବନ ହାରିଥିବା ଅନୁମାନ କରାଯାଉଛି । ବାଲିଗୁଡା ପୋଲିସ ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments