ନୀଳଗିରି, (୦୬/୧୧) : ଆପ୍ର : ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
କପ୍ତିପଦା ରାସ୍ତାରେ ଅଭାବନୀୟ ଘଟଣା । ଗଛରେ ଝୁଲୁଛି କାର୍ ସୋ’ରୁମ୍ ମାଲିକ ଶୁଭମଙ୍କ ମୃତଦେହ । ସନ୍ଦେହଘେରରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ । ଶୁଭମଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ। ୧୯ ନମ୍ବର ରାଜ୍ୟ ରାଜପଥ କଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ । ଗଛରେ ଝୁଲୁଛି କାର ସୋ ରମୁ ମାଲିକଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଶେରଗଡ଼ ନୀଳଗିରି କପ୍ତିପଦା ରାସ୍ତାର ବରହମପୁର ଥାନା ଅଧିନ ଦେବଜାନି ଛକ ନିକଟରେ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । ପାଖରେ ବାଇକ ରଖା ଯାଇଥିବା ବେଳେ ଗଛରେ ଗାମୁଛାରେ ଝୁଲୁଛି ମୃତଦେହ । ମୃତ ଯୁବକ ଜଣଙ୍କ ହେଲେ ମିତ୍ରପୁର ଅଞ୍ଚଳର ଶୁଭମ କୁମାର ଜେନା ।
ଶୁଭମ ଗତକାଲି ଚାରିଟା ସମୟରେ ଘରୁ ବାହାରି ମୟୂରଭଞ୍ଜ କପ୍ତିପଦା ଅଞ୍ଚଳ କୁ ଯିବା କହି ଘରୁ ଆସିଥିଲେ। ପରବର୍ତ୍ତୀ ସମୟ ରେ ଘର ଲୋକେ ଫୋନ୍ କରିଥିଲେ ଆଉ କିଛି ସମୟ ପରେ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ଘର ଲୋକେ ବହୁ ଖୋଜାଖୋଜି ପରେ ଫୋନ୍ କରିଥିଲେ କିନ୍ତୁ ଶୁଭମ ଉଠାଇନଥିଲେ । ଶୁଭମଙ୍କ ବାପା କପ୍ତିପଦାରୁ ଖୋଜା ଖୋଜି ସାରି ଫେରୁଥିବା ବେଳେ ଦେବଜାନୀ ଛକ ଠାରେ ବହୁ ଲୋକେ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଜାଣିବାକୁ ପାଇଥିଲେ ତାଙ୍କ ପୁଅ । ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶୁଭମ ଏକ କାର ସୋରୁମ ମାଲିକ । ଏନେଇ ପରିବାର ଲୋକେ ବରହମପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

