Homelocalଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ

ଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ

ଭୁବନେଶ୍ୱର, (୧୧/୦୬) : ଆପ୍ର : ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ । ଟଳିଲା ବଡ଼ ଅଘଟଣ ।

ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଭୁବନେଶ୍ବର ଝାରପଡ଼ା ବ୍ରିଜ୍ ନିକଟରେ ପରି ଘଟଣା ଘଟିଛି । ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା । ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସିଗନାଲ୍ ତ୍ରୁଟି ପାଇଁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁ ମୁହିଁ ହୋଇଥିବା ଜଣାପଡିଛି ।  ଅନ୍ୟପଟେ ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି ? ଏଥିପାଇଁ କାହାର ଭୁଲ୍ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments