ପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଲକରେ ଓପିଏସସି ପରୀକ୍ଷାରେ ସଫଳତା ପାଇଛନ୍ତି ଆଲାଡୀ ଗାଁ’ର ସନ୍ତୋଷିନୀ

Date:

Share post:

ପୁରୁଷୋତ୍ତମପୁର, (୨୯/୦୫) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଆଲାଡୀ ଗାଁ’ର ଗେଲ୍ଲୀ ଝିଅ ସନ୍ତୋଷୀନି ପାତ୍ର ଓପିଏସସି ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ ଓସମସ୍ତେ ।

ଏହା ପୁରୁଷୋତ୍ତମପୁର ମାଟି ପାଈଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି । ଦୃଢଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ ଏହା ଦେଖାଇଛନ୍ତି । ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି । ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି । ଏହି ସଫଳତା ସଂଘର୍ଷର ପ୍ରତ୍ୟେକ ମୁହୂର୍ଭକୁ ସାର୍ଥକ କରିଦେଇଛନ୍ତି ତାଙ୍କ ପିତା ମାତା, ଗୁରୁଜନ ଓ ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ । ତେଣୁ ସେ ସମସ୍ତଙ୍କ ପାଖରେ ଚିର ଋଣୀ ବୋଲି ମତ ଦେଇଛନ୍ତି ।

ଏହି ସଫଳତାର ବିଷୟ ଶୁଣି ଗର୍ବ ଅନୁଭବ କରିଛନ୍ତି କେ ଏନ ପୁର ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା ଏବଂ ଗ୍ରାମବାସୀଙ୍କ ସହିତ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ । ରାମଚନ୍ଦ୍ର ରେଡ଼ୀ ତାଙ୍କୁ ପ୍ରଥମେ ନିଜ ଗାଁ ରେ ଟିୟୁସନ ପାଠ ପଢାଇ ଶିକ୍ଷା ଗୁରୁ ହୋଇଥିଲେ । ଆଜି ତାଙ୍କ ଛାତ୍ରୀ ବ୍ଳକ ପାଇଁ ଓ ନିଜ ଗାଁ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ସମସ୍ତେ ସନ୍ତୋଷିନୀ ଙ୍କୁ ଅଭିନନ୍ଦନ ଓସୁଭେଚ୍ଛା ଜଣାଇବା ସହିତ ତାଙ୍କର ଭବିଷ୍ୟତ ଉଜ୍ବଳ ହେଉ ଏହା ଠାକୁର ଙ୍କ ପାଖେ ପାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...