Homebreaking newsପୁରୀ ସହର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ, ଛୁରୀ ଦେଖାଇ ପର୍ଯ୍ୟଟକଙ୍କ ଠାରୁ ଲୁଟ୍

ପୁରୀ ସହର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ, ଛୁରୀ ଦେଖାଇ ପର୍ଯ୍ୟଟକଙ୍କ ଠାରୁ ଲୁଟ୍

ପୁରୀ, (୨୩/୦୬) : ଆପ୍ର : ଜନଗହଳିପୂର୍ଣ୍ଣ ପୁରୀ ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଛୁରୀ ଦେଖାଇ ପର୍ଯ୍ୟଟକଙ୍କୁ ଲୁଟ୍, ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ l

ଆଗକୁ ରଥଯାତ୍ରା ଥିବାବେଳେ ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଉଠିଛି । ଚକ୍ରତୀର୍ଥ ରୋଡ୍ ନିକଟରେ ଦୁର୍ବୃତ୍ତ ଛୁରୀ ଦେଖାଇ ପର୍ଯ୍ୟଟକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ମାଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ପକେଟରୁ ଛୁରୀ ବାହାର କରି ଖୋଲାଖୋଲି ଧମକ ଦେଉଛନ୍ତି । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି ।

ଚକ୍ରତୀର୍ଥ ରୋଡ୍, ସ୍ୱର୍ଗଦ୍ୱାର ଓ ଲାଇଟ୍ ହାଉସ୍ ଅଞ୍ଚଳରେ ଗତ କିଛି ଦିନ ହେଲା ନିଶାସକ୍ତ ଯୁବକମାନଙ୍କ ଉତ୍ପାତ ବଢିଛି। ରାତି ୮ଟା ପରେ ଏକୁଟିଆ ପର୍ଯ୍ୟଟକ ଦେଖିଲେ ସେମାନେ ଟଙ୍କା ମାଗୁଛନ୍ତି। କିଛି ଦିନ ତଳେ ଜଣେ ମହିଳା ପର୍ଯ୍ୟଟକଙ୍କ ଚେନ୍ ମଧ୍ୟ ଛିଣ୍ଡାଇ ନେଇଥିଲେ। ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ରଥ ଯାତ୍ରା ଆସୁଛି । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହା ପୂର୍ବରୁ ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜ ପୁରୀର ସୁରକ୍ଷା ଏବଂ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments