ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Date:

Share post:

ଭୁବନେଶ୍ୱର, (୨୩/୦୬) : ଆପ୍ର : ଆଗକୁ ବଢିବା ସହ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ଅନେକ ଅଞ୍ଚଳକୁ ଛୁଇଁସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଜୁନ୍ ମାସର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ଵାଭାବିକଠାରୁ ପ୍ରାୟ ୪୮% କମ୍ ରହିଥିଲା। ମାତ୍ର ଗତ କିଛି ଦିନ ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେଉଥିବା ଲଗାତାର ବର୍ଷା ଯୋଗୁଁ ନିଅଣ୍ଟିଆ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବିଶେଷକରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ସମୟରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶାର କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ଅନ୍ୟ ସମସ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଯାହାଫଳରେ ତାପମାତ୍ରା ସ୍ଵାଭାବିକଠାରୁ କମ୍ ରହିବ । ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ବେଗରେ ଝଟକା ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...