Homelocalଉତ୍କଳ ସେବା ନିବୃତ୍ତ ସେନାନି ସଂଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଉତ୍କଳ ସେବା ନିବୃତ୍ତ ସେନାନି ସଂଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ରାଇକିଆ, (୧୬/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁନ୍ଧାଣି ଠାରେ ଅବସର ପ୍ରାପ୍ତ ସେନା କର୍ମଚାରୀ ମାନଙ୍କର ସଂଗଠିତ ଉତ୍କଳ ସେବା ନିବୃତ୍ତ ସେନାନୀ ସଂଘର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।WhatsApp Image 2026 06 15 at 17.58.41

ଏହି ବୈଠକରେ ପ୍ରସିଦ୍ଧ ନାୟକ ସଭାପତିତ୍ୱ କରିଥିଲେ, ଏବଂ ଏହି ବୈଠକ ରେ ବିଶେଷ ଭାବେ କାର୍ଯ୍ୟରତ ଥିବାବେଳେ ଆମ ଦେଶ ଭାରତ ନିମନ୍ତେ ତ୍ୟାଗର ସହ କାର୍ଯ୍ୟ କରି ଅବସର ଗ୍ରହଣ ପରେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ଏକତା ହୋଇ ସାମାଜିକ ସେବା କରିବା, ସଚେତନତା ବୃଦ୍ଧି, କୁସଂସ୍କାର ଦୂର କରିବା, ଅସାମାଜିକ କାର୍ଯ୍ୟକୁ ପ୍ରତିହତ କରିବା ସହ ସେବା ନିବୃତ୍ତ ସେନାନି ପରିବାର ଗୁଡ଼ିକ ମଧ୍ୟରେ ସମ୍ମନ୍ୱୟ ରକ୍ଷା କରି ପରସ୍ପର ସହଯୋଗ ନିମନ୍ତେ ବିଶେଷ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା।

ନୂତନ ଭାବରେ ଯୋଗ ଦେଇଥିବା ସେବା ନିବୃତ୍ତ ସେନାନୀ ମାନଙ୍କୁ ସ୍ୱାଗତ ସହ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।ଏହି ଜିଲ୍ଲା ସ୍ତରୀୟ ବୈଠକରେ ଉପସଭାପତି ପ୍ରମୋଦ ପ୍ରଧାନ ,ସଂପାଦକ ସୁକାନ୍ତ ପ୍ରଧାନ,କୋଷାଧକ୍ଷ ସଦାନନ୍ଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଞ୍ଜନ ପ୍ରଧାନ ଓ ସହ କୋଷାଧକ୍ଷ ପବିତ୍ର ମୋହନ ପ୍ରଧାନ ଙ୍କ ସମେତ ଉପଦେଷ୍ଟା ବୃନ୍ଦ ରବୀନ୍ଦ୍ର ପ୍ରଧାନ, ନାଗା ପ୍ରଧାନ,ସେବାଷ୍ଟିଆନ ପ୍ରଧାନ ଓ ରଜନୀକାନ୍ତ ପ୍ରଧାନ ଯୋଗ ଦେଇଥିବାବେଳେ, ଜିଲ୍ଲା ସ୍ତରୀୟ ସଂଗଠନକୁ ସୁଦୃଢ଼ କରିବା ସହ ବାଦ ରହିଥିବା ସେନାନି ମାନଙ୍କୁ ଜଡ଼ିତ କରି ସମାଜର ବିକାଶ ମୂଳକ କାର୍ଯ୍ୟରେ ପ୍ରାଣପଣ କରିବାକୁ ସ୍ଥିର କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments