Homecrimeଚୋରି ହୋଇଥିବା ମୋବାଇଲ ଏବଂ ଟଙ୍କା ରାଇକିଆ ଥାନା ପୋଲିସ୍ ଦ୍ବାରା ଉଦ୍ଧାର

ଚୋରି ହୋଇଥିବା ମୋବାଇଲ ଏବଂ ଟଙ୍କା ରାଇକିଆ ଥାନା ପୋଲିସ୍ ଦ୍ବାରା ଉଦ୍ଧାର

ରାଇକିଆ, (୧୬/୦୬) : ଆପ୍ର : ଚୋରି ହୋଇଥିବା ମୋବାଇଲ ଏବଂ ଟଙ୍କା ରାଇକିଆ ଥାନା ପୋଲିସ୍ ଦ୍ବାରା ଉଦ୍ଧାର ।

କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ବିଗତ ଦିନ ମାନଙ୍କରେ କେତେକ ମୋବାଇଲ ଏବଂ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଅଭିଯୋଗ ଗୁଡ଼ିକ ଦାଖଲ ହୋଇଥିବା ପରିପ୍ରେଖିରେ ,ରାଇକିଆ ଥାନା ଅଧିକାରିଙ୍କ ଦ୍ୱାରା ତତ୍ପରତା ର  ସହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ସହ ତଦନ୍ତ ପୂର୍ବକ ସଫଳ ପଦକ୍ଷେପ ନେବା ଯୋଗୁ ଏକାଧିକ ମୋବାଇଲ ଏବଂ ଟଙ୍କା ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।

ଘଟଣାର ବିବରଣୀରୁ ପ୍ରକାଶ ଯେ ରାଇକିଆ ନିବାସୀ ଅଶୋକ କୁମାର ଜେନାଙ୍କର ଏକ ଆଣ୍ଡ୍ରଏଡ ମୋବାଇଲ Vivo Y20i ସହ ନଗଦ ପନ୍ଦର ହଜାର ଟଙ୍କା ଚୋରି ହୋଇଥିବା  ତା .୦୯.୦୬.୨୦୨୬ ରେ ଏତଲା ଅଭିଯୋଗ ଦାଖଲ ହୋଇଥିବା କ୍ରମରେ ଥାନା କେସ ନଂ 49/୨୬ ରୁଜ୍ଜୁ ହୋଇଥଲା, ଏବଂ ପୁର୍ବରୁ ମଧ୍ୟ ରୁଜ୍ଜୁ ହୋଇଥିବା ମୋବାଇଲ ଚୋରି କେସ ଗୁଡ଼ିକର  ବିଶେଷ ଭାବରେ ପୋର୍ଟାଲ ମାଧ୍ୟମରେ ତଦନ୍ତ କରାଯାଇ ଅଶୋକ କୁମାର ଜେନା ଙ୍କ ମୋବାଇଲ ସହ ଚାରିଗୋଟି ମୋବାଇଲ ଉଦ୍ଧାର କରାଯାଇ, ଅଭିଯୋଗକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ରାଇକିଆ ଥାନାଧିକାରୀ ଏ ସ୍ୱର୍ଣ୍ଣଲତା ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments