‘ଆୟୁଷ୍ମାନ’ ହିତାଧିକାରୀଙ୍କଠୁ ଅର୍ଥ ନେଲେ କାର୍ଯ୍ୟାନୁଷ୍ଠାନ

Date:

Share post:

ଭୁବନେଶ୍ୱର, (୦୭/୦୬) : ଆପ୍ର : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ ।

ଏଥିସହ ଡାକ୍ତରଖାନାରୁ ଛାଡ଼ ପାଇବାର ୧୫ ଦିନ ଯାଏ କୌଣସି ପ୍ରକାର ଚିକିତ୍ସା, ପରାମର୍ଶ, ଔଷଧ, ପରୀକ୍ଷା ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ିବନାହିଁ। ସେହିପରି ଅ‌େ‌ସ୍ତ୍ରାପଚାର ହୋଇଥିବା ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ମଧ୍ୟ ଏହି ଯୋଜନାରେ ବିନା ମୂଲ୍ୟରେ ମିଳିବ । କୌଣସି ଅନୁବନ୍ଧିତ ଡାକ୍ତରଖାନା ଏହି ନିୟମ ବିରୋଧରେ ଯାଇ ରୋଗୀଙ୍କ ଠାରୁ ଅର୍ଥ ଦାବି କରିପାରିବେ ନାହିଁ । ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ବୀମା ସମିତିର ସିଇଓ ଡା. ବୃନ୍ଦା ଡି. ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ପତ୍ର ଲେଖି ଅବଗତ କରିଛନ୍ତି । ଡାକ୍ତରଖାନା ପକ୍ଷରୁ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହିତ ଡିସ୍‌ଚାର୍ଜ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଆବଶ୍ୟକ ପୁନଃ ପରାମର୍ଶ ଓ ପରୀକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ନିର୍ଦେଶନାମାର ଉଲ୍ଲଙ୍ଘନ କରୁଥିବା ଡାକ୍ତରଖାନା ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ଏହି ପ୍ରତରେ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...