ଫାଟିଲା ଚକା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Date:

Share post:

କାମାକ୍ଷାନଗର, (୦୭/୦୬) : ଆପ୍ର : ଫାଟିଲା ଚକା, ଓଲଟିଲା ଗାଡ଼ି । କଥାଟି ଆଶ୍ଚର୍ଯ୍ୟ ଲାଗୁଛି କି? ହଁ ଅଜ୍ଞା ଏହିପରି ଘଟଣା ଘଟିଛି କାମାକ୍ଷାନଗରରେ ।

ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ହଟାତ ବଡ଼ଝରା ନିକଟରେ ଗାଡ଼ିର ଚକା ଫାଟି ଯାଇଥିଲା । ରାସ୍ତାରେ ଗଡ଼ିଲା ପାଣି ବୋତଲ । ଢେଙ୍କାନାଳ ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼ଝରା ନିକଟରେ ଚକା ଫାଟି ଓଲଟିଲା ପାଣି ବୋଝେଇ ଟାଟାଏସି । ଶତାଧିକ ଲିଟର ପାଣିବୋତଲ ଓ ଜାର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ।

ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ହଟାତ ବଡ଼ଝରା ନିକଟରେ ଗାଡ଼ିର ଚକା ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାର ଡିଭାଇଡର ରେ ପିଟିହୋଇ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବହୁ ପରିମାଣ ର ପାଣି ବୋତଲ ଓ ଜାର ଫାଟି ଯାଇଛି । ଏଥିସହ ଅନେକ ପାଣିବୋତଲ ରାସ୍ତାରେ ବିଛାଡି ହୋଇ ପଡି ରହିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...