ବିବାହର ନାଁରେ ପ୍ରତାରଣା ଓ ଆର୍ଥିକ ଠକେଇ ଅଭିଯୋଗ, ତଦନ୍ତ କରୁଛି ପୋଲିସ

Date:

Share post:

ଭୁବନେଶ୍ୱର, (୦୭/୦୬) : ଆପ୍ର : ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା । ରାଜଧାନୀରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ ।

ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ମଲ୍ଲିକ ନାମକ ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ଏକ ଆପାର୍ଟମେଣ୍ଟକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ହୋଇଛି । ବିବାହ ପରେ ଯୁବତୀଙ୍କ ଦଲିଲପତ୍ର ବ୍ୟବହାର କରି ଏକାଧିକ ଋଣ ଉଠାଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜାଣିବାକୁ ପାଇଥିଲେ ଯେ, ସର୍ବେଶ୍ୱର ପୂର୍ବରୁ ବିବାହିତ । ଏନେଇ ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମାରି ଧମକ ଦେଇଥିବା ଲିଖିତ ଅଭିଯୋଗ କରାଯାଇଛି । ଯୁବତୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପାହାଳ ଥାନା ପୋଲିସ ମାମଲା ରୁଜୁ କରିଛି । ବିବାହର ନାଁ’ରେ ପ୍ରତାରଣା, ଶାରୀରିକ ଶୋଷଣ ଓ ଆର୍ଥିକ ଠକେଇର ଏହି ସଙ୍ଗୀନ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...