Homelocalଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଘୋର ଅବହେଳିତ : ଆଲୋଚନା ଚକ୍ରରେ ମତ ପ୍ରକାଶିତ

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଘୋର ଅବହେଳିତ : ଆଲୋଚନା ଚକ୍ରରେ ମତ ପ୍ରକାଶିତ

ସୁବର୍ଣ୍ଣପୁର, (୨୫/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଏଭଳି ମତାମତ ପ୍ରକାଶ ପାଇଥିଲା ଯେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଆଧୁନିକ ଯୁଗରେ ଯେତିକି ଅବହେଳିତ ସେତିକି ଅସୁରକ୍ଷିତ ।

କର୍ପୋରେଟ ହାଉସ, ଶିଳ୍ପପତି, ରାଜନୈତିକ ଦଳ ହାତରେ ଗଣମାଧ୍ୟମ ଏବେ ଅଧିକ ଲଗାମଛଡା ହୋଇ ଯାଇଛି । ତାହାସତ୍ତ୍ବେ ଏହା ଗଣତନ୍ତ୍ରର ମୂଳଦୁଆକୁ ମଜବୁତ କରିବାରେ ସହାୟକ ହେଉଛି ।ଗଣତନ୍ତ୍ରର ଅନ୍ୟ ତିନୋଟି ସ୍ତମ୍ଭ ଯେପରି ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ଚତୁର୍ଥ ସ୍ତମ୍ଭ ମଧ୍ୟ ସେହିପରି ସୁବିଧା ସୁଯୋଗ ପାଇବା ଉଚିତ ବୋଲି ବକ୍ତମାନେ ମତ ଦେଇଥିଲେ । “ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଏହି ଆଲୋଚନା ଚକ୍ର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ତଥା ବୁଦ୍ଧିଜୀବୀମାନଙ୍କୁ ଉଦବୋଧନ ଦେଇଥିଲେ I ବରିଷ୍ଠ ସାମ୍ବାଦିକ ସ୍ବୟଂମ୍ଭୁନାଥ ଖଣ୍ଡଗିରି, ଅଶୋକ କୁମାର ସାହୁ, ଇନ୍ଦ୍ରମଣି ଦାଶ, ପର୍ଶୁରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କିଶୋର କୁମାର ହୋତା, ପବିତ୍ର ମୋହନ ପାଣ୍ଡିଆ, ରାଜେଶ ମେହେର, ଜ. ଜ୍ୟୋତି ରଂଜନ ବହିଦାର ପ୍ରମୁଖ ନିଜସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସାଧାରଣ ସଂପାଦକ ବ୍ୟୋମକେଶ ଦାଶ ବିବରଣୀ ଉପସ୍ଥପିତ କରିଥିଲେ ।

ଶେଷରେ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଉପସ୍ଥିତ ସମସ୍ତଙ୍କୁ ସିନେମା “ଜଙ୍ଗଲ ଜଲୁଛେ”ର ଟ୍ରେଲର ପ୍ରଦର୍ଶିତ ହୋଇଥିଲା । ଏଥିରେ ସିନେମାର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ସହଯୋଗ କରିଥିଲେ । ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଦର ମହକୁମା ସହିତ ଛଅଗୋଟି ବ୍ଲକର ସାମ୍ବାଦିକମାନ ତଥା ସହରର ବରିଷ୍ଠ ନାଗରୀକ ,ବୁଦ୍ଧିଜୀବିମାନେ ଯୋଗଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments