ରାୟଗଡ଼ା, (୨୫/୦୮) : ଆପ୍ର : ୨୨ ତାରିଖରୁ ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ବୁଡ଼ାଗୁଡ଼ା SSD ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଜଗନ୍ନାଥ ମାଝି ଗତ ୨୨ ତାରିଖରୁ ନିଖୋଜ ଥିଲେ। ଏନେଇ ବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଥିଲା। ଛାତ୍ର ଜଣକ ନିକଟସ୍ଥ ନାଗାବଳୀ ନଦୀ ଆଡ଼କୁ ଯାଇଥିବା ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ସହାୟତାରେ ନଦୀରେ ଖୋଜାଖୋଜି ଆରମ୍ଭ ହୋଇଥିଲା।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ମାଣ୍ଡିବିଶି ପଞ୍ଚାୟତ ରାସ୍ତୁଗୁଡ଼ା ଗାଁର ଜଗନ୍ନାଥ ମାଝି ବୁଡ଼ାଗୁଡ଼ା SSD ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଗତ ୨୨ ତାରିଖରୁ ସେ ନିଖୋଜ ଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ଏହାପରେ କଲ୍ୟାଣସିଂହପୁର ପୁଲିସ ତନାଘନା ଆରମ୍ଭ କରିଥିଲା। ଛାତ୍ର ଜଣକ ନାଗାବଳୀ ନଦୀ ଆଡ଼କୁ ଯାଇଥିବା ସନ୍ଦାନ ମିଳିବା ପରେ ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିଥିଲା। ଶିଖରପାଇ ନିକଟରେ ନାଗାବଳୀ ନଦୀର ପ୍ରାୟ ୧୦ କିଲୋମିଟର ତଳମୁଣ୍ଡରୁ ଜଗନ୍ନାଥଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ତେବେ ଘଟଣା ସମ୍ପର୍କରେ ଏଯାଏଁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

