Homelocalହେରାପଞ୍ଚମୀ ପୂର୍ବରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ...

ହେରାପଞ୍ଚମୀ ପୂର୍ବରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ, (୧୯/୦୭) : ଆପ୍ର : ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା ଜାରି ରହିଥିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ କରି ଭକ୍ତ ବିଭୋର ହେଉଛନ୍ତି ।

ରବିବାର ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପବିତ୍ର ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇବେ । ଅପରପକ୍ଷରେ, ଆସନ୍ତାକାଲି ସୋମବାର ପ୍ରସିଦ୍ଧ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ, ଏହା ପୂର୍ବରୁ ଆଜି ଶ୍ରୀବିଗ୍ରହମାନଙ୍କର ସ୍ୱତନ୍ତ୍ର ବନକଲାଗି ନୀତି ସମ୍ପନ୍ନ ହେବ । ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ଏହି ଗୁପ୍ତ ଓ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଆରମ୍ଭ କରିବେ । ରାଜପ୍ରାସାଦ ଭଳି ଏହି ଗୁପ୍ତ ସେବା ଚାଲିଥିବା ସମୟରେ ଜଗନ୍ନାଥଙ୍କ ଦର୍ଶନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ୯ଟାରୁ ନେଇ ବିଳମ୍ବିତ ରାତ୍ରି ୩ଟା ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା କାଳ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ପୁଣିଥରେ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ କରାଯିବ । ତେଣୁ ଏହି ସମୟକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ନିଜର ଦର୍ଶନ ପାଇଁ ଯୋଜନା କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments