ବାଂଶପାଳ, (୧୯/୦୭) : ଆପ୍ର : ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗାଁରେ ଅଭାବନୀୟ ଘଟଣା ଘଟିଛି ।
ମୃତକ ହେଲେ ନରୋତ୍ତମ ଜୁଆଙ୍ଗ । ଦୋକାନରୁ ସଉଦା କିଣି ଘରକୁ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ବାଂଶପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବାଂଶପାଳ ଅଞ୍ଚଳରେ ୧୨ ଟିକିଆ ହାତୀପଲ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସପ୍ତାହକ ଭିତରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତୁରନ୍ତ ହାତୀଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବାଂଶପାଳ ଅଞ୍ଚଳରେ ପ୍ରାୟ ୧୨ଟି ହାତୀଙ୍କୁ ନେଇ ଗଠିତ ଏକ ହାତୀପଲ ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।

