Homelocalଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ

ଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ

ଗୁଣପୁର, (୧୨/୭) : ଆପ୍ର : ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଉଚ୍ଚ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୪୪ ଜଣ ବିଦ୍ୟାର୍ଥୀ ବିଦ୍ୟାର୍ଥୀନୀ ମାନଙ୍କୁ ଏବିଭିପି ଗୁଣପୁର ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା ।WhatsApp Image 2026 07 12 at 18.23.05

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଶ୍ରୀ ଅଭିଳାଷ ଶତପଥୀ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ହରେକୃଷ୍ଣ ପଣ୍ଡା, ଗୁଣୁପୁର ମହାବିଦ୍ୟାଳୟ ର ସାହିତ୍ୟ ଅଧ୍ୟାପକ ଶ୍ରୀ ଜଗନ୍ନାଥ ଦୀପ ଓ ଏବିଭିପି ଖେଲୋ ଇଣ୍ଡିଆ ସହ ସଂଯୋଜକ ଡି . ନନ୍ଦିନୀ , ମୁଖ୍ୟବକ୍ତା ଭାବେ ଏଭିବିପି ସାବିଷ୍କାର ଓ ଇଣ୍ଡିଜିନିୟସ କୋର୍ଡିନେଟର ସନ୍ଦୀପ କୁମାର ଆଶେ ତଥା ନଗର ସଭାପତି ଲକ୍ଷ୍ମୀ ମହାଙ୍କୁଡ଼ ମଞ୍ଚାସୀନ ହୋଇଥିଲେ । ମୁଖ୍ୟ ବକ୍ତା ମହୋଦୟ ବିଦ୍ୟାର୍ଥୀ ପରିଷଦର ବିଶେଷତା, ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାର୍ଥୀ ପରିଷଦ କିଭଳି ଶିକ୍ଷା ପ୍ରଣାଳୀ ଏବଂ ରାଷ୍ଟ୍ର ପୁନଃ ନିର୍ମାଣର କାମ କରୁଛି ବୁଝାଇବା ସହ ବିଦ୍ୟାର୍ଥୀ ମାନଙ୍କୁ ନିଜର ଉଦ୍ୟମ, କର୍ମତତ୍ପର ରହିବା ସହ ସଂଯମୀ ଓ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ରହିବା ଦରକାର ବୋଲି ମାର୍ଗଦର୍ଶନ ଦେଇଥିଲେ ।

ସମ୍ମାନୀତ ଅତିଥି ଶ୍ରୀ ଜଗନ୍ନାଥ ଦୀପ ଆଚରଣ ସହିତ ଚରିତ୍ର ଗଠନ ଓ ଆଧ୍ୟାତ୍ମବୋଧତା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରତିପାଦନ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ହୋତା ଅତିଥି ଙ୍କୁ ମଞ୍ଚାସୀନ କରାଇଥିଲେ । ସଭାପତି ଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ ଏଫ୍ ଏସ ପ୍ରମୁଖ କରନ୍ କଂସ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ, ଡ଼ଃ. ପ୍ରଶାନ୍ତ କୁମାର ହୋତା ପୁରସ୍କାର ବିତରଣ ଓ ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ଅତିଥି ସମ୍ବର୍ଦ୍ଧନା କରିଥିଲେ । ପି.ଏଚ୍.ଡି ଡିଗ୍ରୀ ହାସଲ କରିଥିବା ଡ଼ଃ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଡ଼ା ରବୀନ୍ଦ୍ର କୁମାର ମିଶ୍ର, ଡ଼ା ବୃହସ୍ପତି ଶବର ଏବଂ ଉଚ୍ଚ ନମ୍ବର ର ପରୀକ୍ଷା ଫଳ ନିମନ୍ତେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ସମ୍ବର୍ଦ୍ଧିତ ହୋଇଥିଲେ ।WhatsApp Image 2026 07 12 at 18.23.05 1

ଏହା ସହିତ +୨ ବିଜ୍ଞାନ ଜିଲ୍ଲା ଟପ୍ପର ବିଶ୍ୱଜିତ୍ ଦଳାଇ, ପ୍ରଭଞ୍ଜନ ପଣ୍ଡା , କଳା ରେ ହାରିକା ବଡପନ୍ଦରା , ବାଣିଜ୍ୟ ରେ ସ୍ୱାଧୀନ ପଟ୍ଟନାୟକ ଓ ଦଶମ ର ବିଭିନ୍ନ ବ୍ଲକର ଟପ୍ପର ମାନେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ପରିଷଦ ଗୀତ ଗୀତାଞ୍ଜଳି ଭଉଣୀ , ମିଲି ଭଉଣୀ, ଶ୍ରୀୟା ଭଉଣୀ ଛାତ୍ରୀ ମାନେ ଗାନ କରିଥିଲେ । ମଞ୍ଚ ପରିଚାଳନା ଦେବାଶିଷ ସେନାପତି କରିବା ସହ ପୂର୍ବତନ କାର୍ଯ୍ୟକର୍ତ୍ତା ପ୍ରିୟବ୍ରତ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପସଭାପତି ତଥା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥି, ପୂର୍ବତନ କାର୍ଯ୍ୟକର୍ତ୍ତା ସାଇ ପାଣିଗ୍ରାହୀ, ବି ସତୀଶ କୁମାର, ଏସ୍ ଶିବାଜି, ଆଶିଷ ଗୌଡ଼, ସାଗର ପାଣିଗ୍ରାହୀ, ଆଶୁତୋଷ ପାତ୍ର, ନଗର ପ୍ରମୁଖ ପ୍ରଫୁଲ ଲିମା ପ୍ରମୁଖ ପରିଚାଳନା କରିଥିଲେ । ସାମୂହିକ ବନ୍ଦେ ମାତରଂ ଗାନ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments