Homelocalଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ରେ ଆଜି ରାୟଗଡା ରେ ଜିଲ୍ଲା ସ୍ତରୀୟ...

ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଦିବସ ରେ ଆଜି ରାୟଗଡା ରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା, (୧୩/୦୭) : ଆପ୍ର : ପୁଣ୍ୟାତ୍ମା ଙ୍କ ୯୮ ତମ ଶ୍ରାଦ୍ଧ ଦିବସ ରେ ଆଜି ରାୟଗଡା ରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ଶିକ୍ଷାବିତ୍ ଗୋଵିନ୍ଦ ଚନ୍ଦ୍ର ରଥ, ବିବେକାନନ୍ଦ ବିଦ୍ୟାମନ୍ଦିର ର ଅଧ୍ୟକ୍ଷ ଡ ବିଜୟ କୁମାର  ଚୌଧରୀ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ହିଁ ଛାତ୍ର ଜୀବନ ର ମାପ କାଠି, ପୁରସ୍କାର ବଡ  ନୁହେଁ, ପ୍ରତିଯୋଗିତା ରେ ଭାଗ ନେବା ହିଁ ବୃହତ୍ କାର୍ଯ୍ୟ ବୋଲି ଶିକ୍ଷାବିତ୍ ଦୁଷ୍ମନ୍ତ କୁମାର ମହାନ୍ତି ତାଙ୍କ ଅଭିଭାଷଣ ରେ ମତ ପ୍ରକାଶ କରିଥିଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ମନୋବୃତ୍ତି  ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ  ପ୍ରେରଣା ର ଉତ୍ସ ଅଟେ ବୋଲି ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ରଥ  ମତ ପ୍ରକାଶ କରିଥିଲେ । ପ୍ରତିଯୋଗିତା ରେ ଭାଗ ନେଇ ଛାତ୍ର ଛାତ୍ରୀ ମାନେ ପୁଣ୍ୟାତ୍ମା ଙ୍କ ଶ୍ରାଦ୍ଧ ଦିବସ କୁ ଆହୁରି ରୁଦ୍ଧିମନ୍ତ କରିଛନ୍ତି ବୋଲି ବିଦ୍ୟାଳୟ ର ଅଧକ୍ଷ ଡ  ବିଜୟ କୁମାର ଚୌଧୁରୀ ମତ ପ୍ରକାଶ କରିଥିଲେ ।
ଜିଲ୍ଲାରେ ୧୧ ଗୋଟି ବ୍ଲକ ମଧ୍ୟରୁ ୯ ଗୋଟି ବ୍ଲକ ର କୁଇଜ୍ ରେ ପ୍ରଥମ ହୋଇ ଥିବା ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଗୁଣୁପୁର ସରସ୍ୱତୀ ଶିଶୁ ମନ୍ଦିର ର ଛାତ୍ର ଶ୍ରୀ ନିହାର ରଞ୍ଜନ ନାୟକ ପ୍ରଥମ ହୋଇ ଥିବା ବେଳେ ପି ଏମ ଶ୍ରୀ ଜଗଦମ୍ବା ହାଇସ୍କୁଲ ର ସ୍ଵାତୀ ଶବର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସରସ୍ୱତୀ ଶିଶୁ ମନ୍ଦିର ମୁନିଗୁଡା ର ଛାତ୍ର ଇଶାନ୍ତ ଷଡ଼ଙ୍ଗୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ପୂର୍ବରୁ ୧୧ ଗୋଟି ବ୍ଲକ ରେ ଚିତ୍ରାଙ୍କନ ରେ ଭାଗ ନେଇ ବିଜେତା ହୋଇ ଥିବା ବିଷମ କଟକ ବ୍ଲକ ସଂସ୍କାର ଭ୍ୟାଲି ବିଦ୍ୟାଳୟ ର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଅଗଷ୍ଟ ଅର୍ଜୁନ ଦୀପଙ୍କୁ ପୁରସ୍କୃତ କରାଯାଇ ଥିଲା ସେହି ପରି ଦ୍ୱିତୀୟ ସ୍ଥାନ କୋଲନରା ପ୍ରାଥମିକ ସେବା ଶ୍ରମ ବିଦ୍ୟାଳୟର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇ ଥିଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପି ଏମ ଶ୍ରୀ ରାମନାଗୁଡା ହାଇସ୍କୁଲ ର ଛାତ୍ର ପ୍ରବୀଣ କୁମାର ମଣ୍ଡ।ଙ୍ଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚ ପରି ଚାଳନା କରିଥିଲା ବେଳେ କୋଲନରା ସମାଜ ପ୍ରତିନିଧି ମନୋଜ କୁମାର ଜେନା, କଲ୍ୟାଣସିଂପୁର ପ୍ରତିନିଧି ନୃସିଂହ ଚରଣ ମହାପାତ୍ର ବିଷମ କଟକ ପ୍ରତିନିଧି ଶିବ, ଯେ କେ ପ୍ରତିନିଧି ସୂର୍ଯ୍ୟକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments