କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁ ଗାଁ’ରେ କୋସଲି କାର୍ଯ୍ୟକ୍ରମ ଅନୁଷ୍ଠିତ

Date:

Share post:

ବଲାଙ୍ଗୀର//ଟିଟିଲାଗଡ, (୦୮/୦୬) : ଆପ୍ର : ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ “ଗାଆଁ ଗାଆଁରେ କୋଶଲି” କାର୍ଯ୍ୟକ୍ରମ ନିକଟସ୍ତ ସତିଘାଟ ଗ୍ରାମ ଥରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସର ରେ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ । କୋଶଲି ଭାଷା ହଜାର ବର୍ଷ ଧରି ଆମ ପୂର୍ବ ପୁରୁଷଙ୍କ ଜୀବନ ଧାରାରେ ବହି ଆସୁଥିବାରୁ ତାହାର ସୁରକ୍ଷା ଓ ସାମ୍ବିଧାନିକ ସ୍ୱୀକୃତି ପାଇଁ ଆମକୁ ଅହରହ ଉଦ୍ୟମ କରିବାକୁ ପଡିବ ବୋଲି ବକ୍ତାଗଣ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ପସାୟତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ସଞ୍ଜୟ କୁମାର ଅଗସ୍ତି ମଞ୍ଚାସୀନ ଥିଲେ ।

ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କବିତା ଗୁଡିକୁ ନୀଳମଣି ସାହୁ ସମୀକ୍ଷା କରିଥିଲେ । ଏହି କ୍ରମରେ କବି ଜ୍ୟୋତି ପ୍ରକାଶ ଗଡତ୍ୟା, ସୁନୀଲ କୁମାର ଅଗସ୍ତି, ପଞ୍ଚାନନ ତାଣ୍ଡି, ଦୁବ ହରପାଲ, ଲକ୍ଷ୍ମୀଧର ବିଭାର, ଘିନୁ ଆଡ଼ଯୁଆଡ, ଚିତ୍ତରଞ୍ଜନ ଚାନ୍ଦ, ଲକ୍ଷ୍ମୀ ନାରାୟଣ ଛତ୍ରିଆ, ଗଣପତି ମହାନନ୍ଦ ପ୍ରମୁଖ କୋଶଲି କବିତା ପାଠ କରିଥିଲେ ଓ ଅନୁଷ୍ଠାନର ବରିଷ୍ଠ ସଭ୍ୟ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...