Homecrimeବ୍ୟବସାୟୀ ଙ୍କ ଘରେ ଲୁଟ କରି ଛତିଶଗଡ ରାଜ୍ୟ ର ଅଭିଯୁକ୍ତ ଟିଟିଲାଗଡ ପୋଲିସ ହାତରେ...

ବ୍ୟବସାୟୀ ଙ୍କ ଘରେ ଲୁଟ କରି ଛତିଶଗଡ ରାଜ୍ୟ ର ଅଭିଯୁକ୍ତ ଟିଟିଲାଗଡ ପୋଲିସ ହାତରେ ବନ୍ଧା

ବଲାଙ୍ଗୀର//ଟିଟିଲାଗଡ, (୦୬/୦୬) : ଆପ୍ର : ଶୁକ୍ରବାର ବିଳମ୍ବିତ ରାତିରେ ଟିଟିଲାଗଡ ସହର ର ଅଗ୍ରସେନ୍ ଛକ ନିକଟରେ ଥିବା ଜଣେ ବ୍ୟବସାୟୀ ଙ୍କ ଘରେ ଲୁଟ କରୁଥିବା ବେଳେ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି

ଏହି ଲୁଟ ଖବର ପୋଲିସ ପାଇବା ପରେ ସଦଳ ବଳେ ପୋଲିସ ଟିମ ପହଞ୍ଚି ଉକ୍ତ ବ୍ୟବସାୟୀ ଙ୍କ ଘରୁ ଅଭିଯୁକ୍ତ କୁ କାବୁ କରିଥିଲେ । ଗିରଫ ଲୁଟେରା ଜଣକ ଛତିଶଗଡ ରାଜ୍ୟ ର ଚାମ୍ପା ଅଞ୍ଚଳ ର ସୁରେଶ ମହାନା (ବ-୪୬)ବୋଲି ଜଣା ପଡ଼ିଛି । ପୋଲିସ ତା ନିକଟରୁ ଏକ ଛୁରୀ, ଗୋଟିଏ ମୋବାଇଲ୍ ଏବଂ ଲୁଟ କରି ଥିବା ଏକ ସୁନା ଚେନ୍ ସହ ନଗଦ ୫୫୦ ଟଙ୍କା ଜବତ କରିଛି । ଅଭିଯୁକ୍ତ ଟ୍ରେନ ଯୋଗେ ଆସି ଏହି ଲୁଟ କରି ଫେରାର ଉଦ୍ୟମ କରି ଥିବା ନିଜେ ସ୍ବିକାର୍ କରିଛି । ଏହି ଚଢ଼ାଉ ରେ ଟିଟିଲାଗଡ ଥାନା ଅଧିକାରୀ ମନୋଜ ମୁଣ୍ଡା,ସବ ଇନ୍ସପେକ୍ଟର କିରଣ ଜାନୀ, ମନୋଜ କୁମାର ବିଶି ତଥା ଅନ୍ୟ ପୋଲିସ ଷ୍ଟାଫ୍ ସାମିଲ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments