ବଲାଙ୍ଗୀର//ଟିଟିଲାଗଡ, (୦୮/୦୬) : ଆପ୍ର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଖୋଲା,ଖୋଲି ସରକାରୀ ନିୟମ ର ଖିଲାପ କରି ସର୍ବଦା ଘରୋଇ ଚିକିତ୍ସା ରେ ବ୍ୟସ୍ତ ଥିବା ନେଇ ଗୁରୁତର ଅଭିଯୋଗ ହୋଇଛି ।
ସରକାରୀ ଡାକ୍ତରଖାନା ପରିସରରେ ଥିବା ବାସ ଭବନ କୁ କ୍ଲିନିକ୍ କରି ଗରିବ ରୋଗୀ ଙ୍କ ନିକଟରୁ ଫିସ ଆଦାୟ କରିବା ବେଆଇନ୍ ହୋଇ ଥିବା ବେଳେ ଏହାର ଖିଲାପ କରିବା ଓ ତାଙ୍କ ଭଳି ଅନ୍ୟ ଡାକ୍ତର ଏହି ନିୟମ ର ଉଲ୍ଲଂଘନ କରି ଆସୁଛନ୍ତି । ଦୀର୍ଘ ବର୍ଷ ଧରି ଖୋଦ୍ ଡ଼ାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଏହି ସରକାରୀ ବାସ ଭବନ ରେ ଚିକିତ୍ସା କରି ବେଶ୍ ମାଲା, ମାଲ ହୋଇ ସହର ର ଅନ୍ୟତ୍ର ବିରାଟ ଅଟ୍ଟାଳିକା ନିର୍ମାଣ କରି ସେଠି ଚିକିତ୍ସା କରି ଗରିବ ରୋଗୀ ଙ୍କୁ ଶୋଷଣ କରୁଥିବା ବେଳେ ଡ଼ାକ୍ତରଖାନା ରେ ଥିବା ତାଙ୍କ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହିବା ସାର ହୋଇଛି ।
ସଦା, ସର୍ବଦା ଅନୁପସ୍ଥିତ ରହିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ୟ ବିଭିନ୍ନ ବିଭାଗ ର ଡାକ୍ତର ମାନେ ଅନୁରୂପ ଭାବେ ବର୍ତ୍ତମାନ ସୁଦ୍ଧା ଏହି ଚିକିତ୍ସା କରୁଥିବା ସହ ନିର୍ଦିଷ୍ଟ ଦୋକାନ ରୁ ଔଷଧ ଓ ନିର୍ଦ୍ଦିଷ୍ଟ କ୍ଲିନିକ୍ ରୁ ଦାମୀ ଔଷଧ ଲେଖି ଏକ ପ୍ରକାର ଶୋଷଣ କରାଯାଉଛି ।
ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି ।

