Homelocalକଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର ; SIR କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ତାଲିମ,...

କଣ୍ଟାବାଞ୍ଜିରେ ବିଜେଡିର ପ୍ରଶିକ୍ଷଣ ଶିବିର ; SIR କାର୍ଯ୍ୟ ପାଇଁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ତାଲିମ, ୩୩୫ ବୁଥରେ ନଜର

ମୁରିବାହାଲ, (୨୫ /୦୬) : ଆପ୍ର : ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା ସ୍ପେସିଆଲ ଇଣ୍ଟେନସିବ ରିଭିଜନ – SIR କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 26 at 08.45.35 1

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବ ନେତା ଗିରିରାଜ ସିଂ ମାଝୀ ଏନେଇ ନିର୍ବାଚନ ମଣ୍ଡଳୀର ୩୩୫ଟି ବୁଥରେ ଭୋଟର ତାଲିକାରେ ନାମ ଯୋଡ଼ା, କଟା ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଏଜେଣ୍ଟଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଇଥିଲେ । ଫର୍ମ-୬, ଫର୍ମ-୭, ଫର୍ମ-୮ ଠିକ୍ ଭାବେ ପୂରଣ କରି ବି ଏଲ ଓ ଙ୍କ ମାଧ୍ୟମରେ ଦାଖଲ କରିବାରେ ଭୋଟରଙ୍କୁ ସହାୟତା କରିବାକୁ ସେ ପରାମର୍ଶ ଦେଇଥିଲେ । କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନପଡ଼େ ଓ ଅଯୋଗ୍ୟ ନାମ ନଥାଏ, ସେଥିପାଇଁ ବୁଥ ସ୍ତରେ କଡ଼ା ନଜର ରଖିବାକୁ କହିଥିଲେ । “ସଠିକ୍ ଭୋଟର ତାଲିକା ହିଁ ଗଣତନ୍ତ୍ରର ମୂଳ । ପ୍ରତି ବୁଥ ଏଜେଣ୍ଟ ସକ୍ରିୟ ହୋଇ କାମ କଲେ ହିଁ ଆମେ ସୁଷ୍ଠୁ ନିର୍ବାଚନ କରାଇପାରିବା”, ବୋଲି ବିଜେଡି ନେତା ଶ୍ରୀ ମାଝୀ ପ୍ରଶିକ୍ଷଣ ଦେଇ କହିଛନ୍ତି ।

ଏହି ପ୍ରଶିକ୍ଷଣ ଶିବିରରେ ବିଜେଡି ନେତ୍ରୀ ନିରୁପମା ମାଝୀ, ପିଙ୍କି ଖର୍ସେଲ, ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡି ନେତା ଶ୍ରୀଧର ମାଝି, ଧନଞ୍ଜୟ ମହାନନ୍ଦ, ପ୍ରେମିଶ ଚନ୍ଦ୍ର ବାଗ, ଦୈତାରୀ ଭୋଇ, ତ୍ରିବିକ୍ରମ ବେହେରା, ଅଭିଲାଶ ବଘାର, ଦିଲିପ ପୃଷ୍ଟି, ଆଶାଦୁଲା ଖାଁ, ଚମ୍ପେଶ୍ୱର ବାଗ, ଆଶିଷ ବେହେରା, ଦେବରାଜ ଯାଦବ, ବିଷ୍ଣୁ ଜୁଏଡ ସହ ଶହ ଶହ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments