ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା

Date:

Share post:

ସୁବର୍ଣ୍ଣପୁର, (୨୫/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଏବଂ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଯୋଗ ଦେଇଥିଲେ ।

ଭାରତ ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ସମସ୍ତ ପ୍ରକାରର ଉନ୍ନତି ଏବଂ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ହେବା ସହିତ ଜିଲ୍ଲାର ବିଭିନ୍ନ ସଂଗଠନରୁ ଆସିଥିବା ପ୍ରତିନିଧିମାନଙ୍କର ମତାମତ ନିଆଯାଇଥିଲା । ବିକାଶର ଧାରା ଓଡିଶା ସାରା ର ଏହି କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଲୋକସଭା ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବେଣୁଧର ଦାଶ , ଅଶୋକ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସଭାଗୃହ ବୈଠକ ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜିଲ୍ଲାର ବିକାଶରେ ସହାୟକ ହୋଇପାରିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ଜଗଦଳା କହିଥିଲେ ଯେ ସରକାର ସମସ୍ତଙ୍କୁ ନେଇ ଚାଲିବ ଏବଂ ସମସ୍ତଙ୍କର ମତାମତ ଏ ବାବଦରେ ନିହାତି ଆବଶ୍ୟକ । ସଭାଗୃହ ବୈଠକରେ ସହର ର ରିଙ୍ଗ ରୋଡ଼ ପ୍ରକଳ୍ପକୁ ପୂର୍ଣ୍ଣ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ସେହିପରି ସୁବର୍ଣ୍ଣପୁର ଠାରେ ନୂତନ ମତ୍ସ୍ୟ ମହାବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ସୁବର୍ଣ୍ଣପୁର-ସମ୍ବଲପୁର ଚାରି ଟିକିଆ ରାସ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଚାଲିଛି ।

ସେଥିମଧ୍ୟରେ ୩୫୦୦ କୋଟି ଟଙ୍କାର ଇଣ୍ଟେରିମ ଷ୍ଟୋରେଜ ଷ୍ଟ୍ରକଚର, ୬୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ସୁରେଶ୍ୱରୀ ଓ ଚରଦା ମନ୍ଦିରର ଉନ୍ନତି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଜିଲ୍ଲାର ଜନସାଧାରଣଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି । ୬୪ କୋଟି ଟଙ୍କାର ପାତାଳି ଶ୍ରୀକ୍ଷେତ୍ର ବିକାଶ ପ୍ରକଳ୍ପ ଏବଂ ୮୪ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ପ୍ରକଳ୍ପକୁ ବିଧାୟକ ପରିଦର୍ଶନ କରିଥିଲେ । ତାଙ୍କ ସହିତ ସଚେତନ ନାଗରିକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସୋନପୁର ବିଡିଓ ଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ୮ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...

ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ, ଭୟଭୀତ ଅବସ୍ଥାରେ ଗାଁଲୋକେ

ରେଢ଼ାଖୋଲ, (୨୬/୦୬) : ଆପ୍ର : ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ । ଜଙ୍ଗଲରୁ ଆସି ଆତଙ୍କ ମଚାଇଛନ୍ତି । ଭୟଭୀତ ଅବସ୍ଥାରେ...