Homelocalଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ “କଳା ଦିବସ” ପାଳନ

ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ “କଳା ଦିବସ” ପାଳନ

  • ସମ୍ବିଧାନ ହତ୍ୟା ଦିବସ: ଜରୁରୀକାଳୀନ ପରିସ୍ଥିତିର ସ୍ମରଣ, ଗଣତନ୍ତ୍ର ରକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି

ମୁରିବାହାଲ, (୨୫/୦୬) : ଆପ୍ର : ‘ସମ୍ବିଧାନ ହତ୍ୟା ଦିବସ’ ଭାରତୀୟ ଗଣତନ୍ତ୍ରର ସେହି କଳା ଅଧ୍ୟାୟକୁ ସ୍ମରଣ କରାଏ, ଯେତେବେଳେ ୨୫ ଜୁନ୍ ୧୯୭୫ରେ ଦେଶରେ ଜରୁରୀକାଳ ଲାଗୁ କରାଯାଇ ନାଗରିକ ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାର ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଯାଇଥିଲା ।WhatsApp Image 2026 06 26 at 08.45.36

ପ୍ରେସ୍ ଉପରେ ସେନ୍ସରସିପ୍, ରାଜନୈତିକ ବିରୋଧୀଙ୍କ ଗିରଫ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ନିୟନ୍ତ୍ରଣ ସମ୍ବିଧାନର ମୂଳ ଭାବନାକୁ ଗଭୀର ଆଘାତ ପହଞ୍ଚାଇଥିଲା । ଏହି ଦିବସ ସେହି ଗଣତନ୍ତ୍ର ସେନାନୀମାନଙ୍କର ସାହସ ଓ ସଂଘର୍ଷକୁ ସ୍ମରଣ କରିବାର ଏକ ସୁଯୋଗ, ଯେଉଁମାନେ ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକ ଅଧିକାରର ସୁରକ୍ଷା ପାଇଁ ନିଜ ସ୍ୱରକୁ ଉଚ୍ଚ କରିଥିଲେ । ସେମାନଙ୍କର ତ୍ୟାଗ ଆମକୁ ସମ୍ବିଧାନର ଗରିମା, ସ୍ୱାଧୀନତା ଏବଂ ଗଣତନ୍ତ୍ରର ସୁରକ୍ଷା ପ୍ରତି ସଦା ସଜାଗ ଓ ପ୍ରତିବଦ୍ଧ ରହିବାକୁ ପ୍ରେରଣା ଦିଏ ।

ଆଜି ‘ସମ୍ବିଧାନ ହତ୍ୟା ଦିବସ’ ଅବସରରେ ସମସ୍ତ ଗଣତନ୍ତ୍ର ରକ୍ଷକମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ । ଏହି ଅବସରରେ ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ଏହାକୁ କଳା ଦିବସ ରୂପେ ପାଳନ କରାଯାଇଛି । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଦଳର ସମସ୍ତ କର୍ମୀ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ଗଣତନ୍ତ୍ରର ସୁରକ୍ଷା, ସାମ୍ବିଧାନିକ ମୂଲ୍ୟବୋଧ ଓ ଜନସ୍ୱାର୍ଥ ପ୍ରତି ନିଜର ଅତୁଟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା ଓ ଜନସାଧାରଣଙ୍କ ଅଧିକାର ସୁରକ୍ଷା ପାଇଁ ଆମର ସଂକଳ୍ପ ଆହୁରି ଦୃଢ଼ ହୋଇଛି ବୋଲି ନିଜ ଉଦବୋଧନରେ ବିଧାୟକ କହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments