ସୁବର୍ଣ୍ଣପୁର, (୧୭/୧୦) : ଆପ୍ର : ଚଳିତବର୍ଷ ସୋନପୁର ବ୍ଲକ ଛକ ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ଅନ୍ୟୁନ ୨୭ଲକ୍ଷ ଟଙ୍କାର ବଜେଟ ଆକଳନ କରାଯାଇଛି ।
ଆକର୍ଷଣୀୟ ସାଜସଜ୍ଜା ସହ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏଥର ବଲିଉଡ୍ ସିଙ୍ଗର ଅରୁନିତା କାଞ୍ଜିଲାଲ୍ ଙ୍କ ପ୍ରୋଗ୍ରାମ ଥିବା ଯୋଗୁଁ ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିବା ଆଶାକରାଯାଉଛି । ୧୮ତାରିଖରେ ପାରାୟଣ ଗାୟୀକା ପ୍ରୀତିନନ୍ଦା ମିଶ୍ର ଓ ସହ ଗାୟୀକା ଶୃତିନନ୍ଦା ମିଶ୍ର ଙ୍କ ଦ୍ଵାରା ସୁନ୍ଦରାଷକାଣ୍ଡ ପରିବେଷଣ ହେବାକୁଥିବାବେଳେ ୧୯ତାରିଖରେ ପଦ୍ମମାଧବ ଭଜନ ସଂଧ୍ୟା ଓ ବଡିବିଲ୍ଡିଂ ପ୍ରତିଯୋଗିତା ମିଷ୍ଟର ସୁବର୍ଣ୍ଣପୁର ଅନୁଷ୍ଠିତ ହେବ ଯେଉଁ ଥିରେକି ମିଷ୍ଟର ଏସିଆ ଅମିତ ଭୂୟାଁ ଉପସ୍ଥିତ ରହିବେ ।
ସେହିପରି ୨୦ତାରିଖରେ ସମ୍ବଲପୁରୀ ଅର୍କେଷ୍ଟ୍ରା ସୁର୍ ମେଲୋଡି ୨୧ତାରିଖରେ ବହୁ ପ୍ରତିକ୍ଷିତ ରାବଣପୋଡି ମହୋତ୍ସବ ଅନୁଷ୍ଠିତ ହେବ ଚଳିତ ବର୍ଷ ରାବଣ ଭୂମିକାରେ ନାଟ୍ୟଶ୍ରୀ ଦେବରାଜ ଛତ୍ରୀଆ ଙ୍କ ଦମଦାର୍ ରାବଣ ଦରବାର ପରିବେଷଣ ହେବ । ୨୨ତାରିଖରେ ଇଣ୍ଡିଏଲ୍ ଆଇଡଲ୍ ଅରୁନିତା କାଞ୍ଜିଲାଲ୍ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ନିତିଶ କୁମାର ବାରିକ ଓ ଶିତଲ କୁଶଳ ଓ କଳା, ସଂସ୍କୃତି, ସାହିତ୍ୟ ଓ କ୍ରୀଡାରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସଂବର୍ଦ୍ଧିତ କରାଯିବ । ବିଶେଷ କରି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ୍ ର ପର୍ବତାରୋହୀ ସୋନାଲି ଭୋଇ ଙ୍କ ସଫଳତା ଯୋଗୁଁ ସେ ଏବେ ସର୍ବ ଭାରତୀୟ ପର୍ବତାରୋହୀ ଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ଚେହେରା ଭାବରେ ଏବେ ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି । ଆଜିର ଏହି ଖବରଦାତା ସମ୍ମିଳନୀ ରେ ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ ପାତ୍ର , ମିଡିଆ ସଂଯୋଜକ ସ୍ଵାଧୀନ ମେହେର, ଡଃ ଜ୍ୟୋତି ରଞ୍ଜନ ବହିଦାର,ଶରତ ମହାପାତ୍ର,ଅମିୟ ରଞ୍ଜନ ଦାଶ, ଜ୍ୟୋତିର୍ମୟ ମିଶ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

