Homeaccidentଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ

କୋରାପୁଟ, (୧୧/୦୭) :ଆପ୍ର : କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ ।

କୋରାପୁଟ ସଦର ଥାନା ଡଲିଆମ୍ବ ବ୍ରିଜ ନିକଟରେ ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତରଙ୍କ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କୋରାପୁଟ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମୃତ ଦୁଇ ଯୁବକଙ୍କ ଘର ଦଶମନ୍ତପୁର ବ୍ଲକ୍ ପାଲି ମାଛରା ଗାଁର ବାସିନ୍ଦା ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଗୁରୁତରଙ୍କ ଘର କୋରାପୁଟ ସଦର ମହାଦେଇପୁଟ ଗାଁର ବାସିନ୍ଦା । ଘଟଣା ସ୍ଥଳରେ କୋରାପୁଟ ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments