Homelocalସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା, ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍

ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା, ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍

ଭୁବନେଶ୍ୱର, (୦୯/୦୯) : ଆପ୍ର : ସ୍କ୍ରବ୍ ଟାଇଫସ୍ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍ । ସ୍କ୍ରବ୍ ଟାଇଫସ୍ଚିହ୍ନଟକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି ।

ଯେଉଁ ସ୍ଥାନରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହେଉଛି, ସେଠାକୁ ଡାକ୍ତରୀ ଟିମ୍ ଯିବେ । ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍କ୍ରବ୍ ଟାଇଫସ୍‌ର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ରୋଗୀ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଗାଇଡଲାଇନ। ସ୍କ୍ରବ୍ ଟାଇଫସ୍ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ । ରୋଗ ଚିହ୍ନଟ ହେଉଥିବା ଅଞ୍ଚଳରେ ମଧ୍ଯ ସଚେତନତା ଓ ନିୟନ୍ତ୍ରଣ ପଦକ୍ଷେପ ନେବୁ ।

ସୂଚନାଯୋଗ୍ୟ ରାଜ୍ଯର ଅନୁଗୋଳ ପାଳଲହଡ଼ାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ ଗାଁ’ରୁ ଅନ୍ୟ ଗାଁ’କୁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ମୃତକ ଜଣକ ହେଉଛନ୍ତି ରଜଡଙ୍ଗ ଗାଁ’ର ଉଷା ନାଏକ । ଏହାକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ରୋଗ ବ୍ୟାପୁ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି । ତେବେ ଗାଁ’ରେ ଡାକ୍ତରୀ ଟିମ୍ ପହଞ୍ଚିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ତୁରନ୍ତ ଡାକ୍ତରୀ ଟିମ୍ ପଠାଇ ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments