Homelocalରାୟଗଡା ସହର ବିଦ୍ୟା ନଗର ଚତୁର୍ଥ ଗୋଳି ଓ ନାଳରୁ ଉଠୁନି ଓଳିଆ

ରାୟଗଡା ସହର ବିଦ୍ୟା ନଗର ଚତୁର୍ଥ ଗୋଳି ଓ ନାଳରୁ ଉଠୁନି ଓଳିଆ

ରାୟଗଡା, (୧୬/୦୮) :ଆପ୍ର : ରାୟଗଡା ସହର ବିଦ୍ୟା ନଗର ଚତୁର୍ଥ ଗୋଳି ରାସ୍ତା ଓ ନାଳଗୁଡିକରୁ ଉଠୁନି ଓଳିଆ ବୋଲି ସ୍ଥାନିୟ ଲୋକ ଅଭିଯୋଗ କରିଛନ୍ତିWhatsApp Image 2026 08 12 at 16.10.13

“ସୁସ୍ଥ ରାୟଗଡ଼ ସ୍ବଚ୍ଛ ରାୟଗଡା” ନାରା ଦେଉଥିବା ପୌର ପରିଷଦର ବ୍ୟାନର ଓ କାଗଜ କଲମରେ ସୀମିତ ଥିଲା ଭଳି ମନେ ହେଉଛି । ରାୟଗଡା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଲାଣି । ନାଳ ଓ ରାସ୍ତାକୁ ନେଇ ଲୋକେ ଅଭିଯୋଗ କରିଲେ ବିଭାଗୀୟ କର୍ମଚାରି ଜଣେ ଆଉ ଜଣକୁ ଦୋଷ ଦେଖାଇ ହାତ ଝାଡ଼ି ଦେଉଛନ୍ତି ବୋଲି କହୁଛନ୍ତି ସହର ବାସି । ସ୍ଥାନିୟ ଲୋକଙ୍କ କହିବା ମୁତାବକ ପ୍ରତି ମାସରେ ପ୍ରତ୍ୟେକ ଘର ୩୦ଟଙ୍କା ଲେଖାଏଁ ଦେବା ସତ୍ତ୍ୱେ ଆମ ଅଂଚଳରେ ରାସ୍ତା ଏବଂ ନାଳ ସଫା ହେଉନି ବୋଲି କହିଛନ୍ତି ।

ଯାହାଦ୍ୱାରା ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଅନ୍ୟପଟେ ନାଳର ଦୁର୍ଗନ୍ଧ ଯୋଗୁଁ ଝରକା କବାଟ ଦେଇ ରହିବା ପାଇଁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଅଞ୍ଚଳ ବାସି । ଖାଲି ରାୟଗଡା ସହର ବିଦ୍ୟାନଗର ଚତ୍ରୁର୍ଥ ଗୋଳି ନୁହେଁ ! ଏହିଭଳି ଅଭିଯୋଗ ଅଧିକାଂଶ ଅଞ୍ଚଳରୁ ଶୁଣିବା ଓ ଦେଖିବାକୁ ମିଳୁଛି । କେଉଁଠି ନାଳରେ ଉପରେ ଓ ଭିତରେ ବାଲି ମାଟି ଜମି ରହିଥିବା ବେଳେ, ଆଉ କେଉଁଠି ନାଳ ଭିତରେ ଗଛ ଉଠି ଯାଉଛି, ଆଉ କେଉଁଠି ପଲିଥିନ୍, ଡିସପଜଲ ଗ୍ଲାସ୍, ମଦ କାଚ ବୋତଲ ଗୁଡ଼ିକ ଜମା ହୋଇ ନାଳ ଅବରୋଧ ହୋଇ ରହିଛି ।WhatsApp Image 2026 08 12 at 15.11.50

ଅନ୍ଯ କିଛି ଅଂଚଳରେ ମାସକୁ ଥରେ ମଧ୍ୟ ସଫା ହେଉନି ବୋଲି କହିଛନ୍ତି ସ୍ଥାନୀୟ ବାସି। ଦିନକୁ ଦିନ ରାୟଗଡ଼ ସହରରେ ଜନସଂଖ୍ୟା ବଢ଼ିଲେ, ପୌର ପରିଷଦର ଦାୟିତ୍ୱ ମଧ୍ୟ ବଢ଼ିଛି କିନ୍ତୁ, ଦାୟିତ୍ୱ ତୁଲାଇ ପାରୁନି ପୌରପରିଷଦ। ଅନେକ ସାହି ଗୁଡ଼ିକରେ ନାଳ ସଫା କରିବା ପରେ ନାଳ ଉପରେ ପଙ୍କ କାଦୁଅ, ବାଲି, ମାଟି ପଡ଼ି ରଥିଥିବାର ଦେଖିବାକୁ ମିଳିଛି। ପରିମଳ ବ୍ୟବସ୍ଥା , ପରିଚାଳନା ଓ ଦାୟିତ୍ୱରେ ଥିବା କର୍ମଚାରି, ସ୍ବଚ୍ଛ ସାଥି ଓ ଅଧିକାରିଙ୍କୁ ଅଭିଯୋଗ କରିଲେ ଅଫିସକୁ କୁହନ୍ତୁ ବୋଲି କହି ଅଭିଯୋଗକୁ କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ଅଧିକାଂଶ ଅଞ୍ଚଳରୁ ଅଭିଯୋଗ ଆସିଛି ।

ଏହିଭଳି ନାଳ ଓ ରାସ୍ତା ସଫା ହେଉ ନ ଥିବାରୁ ଅଳ୍ପକେ ବର୍ଷାରେ କୁତ୍ରିମ ବନ୍ଧ ସୃଷ୍ଟି ହେଉଥିବା ସହିତ ରାସ୍ତା ଉପରେ ବର୍ଷା ପାଣି ଲୋହଡ଼ି ମାରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ମାସକୁ ଥରେ ମଧ୍ୟ ବ୍ଲିଚିଂ ପାଉଡର୍ କିମ୍ବା ଫିନାଇଲ ସିଞ୍ଚିବା ଦେଖିବାକୁ ମିଳେ ନାହିଁ ବୋଲି କହିଛନ୍ତି ଅଞ୍ଚଳ ବାସି । ରାୟଗଡ଼ ପ୍ରଶାସନ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିମଳ ବ୍ୟବସ୍ଥା ଓ ପରିବେଶ ଠିକ୍ ରଖିବା ପାଇଁ ଡାକବାଜି ଯନ୍ତ୍ର, ଖବର କାଗଜ ଓ ଟେଲିଭିଜନ ମାଧ୍ଯମରେ ସଚେତନତା ସୃଷ୍ଟି କରୁଥିଲେ ସୁଦ୍ଧା, ପୌର ପରିଷଦର ଦାୟିତ୍ୱ ହିନତା ଓ ପରିମଳ ବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଅତିଶିଘ୍ର ଏହାର ସମାଧାନ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments