Homelocalରାୟଗଡା ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ

ରାୟଗଡା ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ

ରାୟଗଡା, (୨୩/୦୭) : ଆପ୍ର : ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ରାୟଗଡା ପୌରପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡାଙ୍କ ସହଯୋଗରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 23 at 16.19.52 1

କାର୍ଯ୍ୟକ୍ରମର ଶୁଭାରମ୍ଭ ରାୟଗଡ଼ ପୌରପରିଷଦର ସମ୍ମାନନୀୟ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏବଂ ରାୟଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଥିଲା । ଏହି ଅବସରରେ ରାୟଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର, ପୌରପରିଷଦର ସମସ୍ତ କାଉନସିଲର, ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ, କମ୍ୟୁନିଟି ଅର୍ଗାନାଇଜର ଶ୍ରୀମତୀ ସମାପିକା ପାତ୍ର, ଶ୍ରୀମତୀ ଦେବସ୍ମିତା ପାଣିଗ୍ରାହୀ, ଶ୍ରୀମତୀ କୃଷ୍ଣାନୁଜା ବେହେରାଙ୍କ ସମେତ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସଭାରେ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ କହିଥିଲେ ଯେ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଶକ୍ତିକରଣ ଓ ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଏହି ଶିବିରରେ ଯୋଗଦେଇଥିବା ସମସ୍ତ ଚିକିତ୍ସକଙ୍କ ସକ୍ରିୟ ସହଯୋଗ ଓ ସେବା ପାଇଁ କୃତଜ୍ଞତା ଜଣାଇଥିଲେ ।

ଶିବିରରେ ଡାକ୍ତରମାନେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଯୋଗ୍ୟତା ଓ ନିର୍ଦ୍ଧାରିତ ପ୍ରତିଶତ ଅନୁଯାୟୀ ଭିନ୍ନକ୍ଷମ କାର୍ଡ ପ୍ରଦାନ ପାଇଁ ସୁପାରିଶ କରିଥିଲେ । ରାୟଗଡା ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର କହିଥିଲେ ଯେ, ଏହି ଶିବିରରେ ଯଦି କୌଣସି ଭିନ୍ନକ୍ଷମ ବ୍ୟକ୍ତି ଆବଶ୍ୟକ ସହାୟତା ପାଇପାରିନାହାନ୍ତି, ତେବେ ସେମାନେ ରାୟଗଡ଼ ପୌରପରିଷଦ କାର୍ଯ୍ୟାଳୟକୁ ଆସି ସେହି ସହାୟତା ଗ୍ରହଣ କରିପାରିବେ ।

ଆଜିର ଶିବିରରେ ମୋଟ ୩୭୨ ଜଣ ହିତାଧିକାରୀ ପଞ୍ଜୀକୃତ ହୋଇଥିବାବେଳେ ୧୧୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ବସ୍ ପାସ୍, ଶ୍ରବଣ ଯନ୍ତ୍ର, ଲାଠି, ହ୍ୱିଲଚେୟାର, ଡି.ଆର.ଆଇ ଋଣ ସହ ବିଭିନ୍ନ ସରକାରୀ ସୁବିଧା ପାଇଥିଲେ । ସମଗ୍ର ଶିବିରର ସଫଳ ପରିଚାଳନା ଓ ସମନ୍ୱୟ ରାୟଗଡା ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଉପସ୍ଥିତ ସମସ୍ତ ଅତିଥି ଏହି ଶିବିରକୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments