ସୁବର୍ଣ୍ଣପୁର, (୦୧/୦୬) : ଆପ୍ର : ସୋନପୁର ୬୫ ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଂଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡଃ ସୌମ୍ୟ ରୂପା ରଥ, ଗଣନା ଫର୍ମ (EF) ବଣ୍ଟନ ସହିତ ଜଡିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬କାର୍ଯ୍ୟକଳାପ ଗୁଡ଼ିକ ଗତ ୩୦ ତାରିଖ ଠାରୁ ବିଭିନ୍ନ ବୁଥ ଗୁଡ଼ିକ ବୁଲି ତଦାରଖ କରିଥିଲେ ।
କ୍ଷେତ୍ର ତଦାରଖ EF ବଣ୍ଟନର ପ୍ରଗତି ତଦାରଖ କରିବା, ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ ସୁନିଶ୍ଚିତ କରିବା ଏବଂ SIR କାର୍ଯ୍ୟକଳାପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ନିର୍ବାଚନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇଥିଲା । ଏହିପରି ତଦାରଖ ଭୋଟରଙ୍କ ନିକଟରେ ସମୟୋଚିତ ପହଞ୍ଚ ସୁନିଶ୍ଚିତ କରିବାରେ ସାହାଯ୍ୟ କରେ ଏବଂ ଏକ ସୁଗମ, ଅନ୍ତର୍ଭୁକ୍ତ ଏବଂ ସଠିକ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସମର୍ଥନ କରେ । ଏହି କାର୍ଯ୍ୟକ୍ରମ ସମୟ ରେ ଯେପରି ସମସ୍ତ ବୁଥ ଏଜେଣ୍ଟ ଓ ସ୍ୱେଚ୍ଛାସବୀ ଙ୍କୁ ସାମିଲ କରି କାର୍ଯ୍ୟକ୍ରମ ଆଗେଇ ନେବା ନିମନ୍ତେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୋନପୁର ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା 2,53,724ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 28000 ରୁ ଉର୍ଦ୍ଧ୍ୱ EF ଫର୍ମ ବଣ୍ଟନ ସରିଲାଣି । ଏହି ତଦାରଖ କାର୍ଯ୍ୟ ସମୟରେ ନିଳାମ୍ବର ଶତପଥୀ, ବରିଷ୍ଠ ରାଜସ୍ୱ ସହାୟକ, ଦେୱାନ ପୁଟଲିଆ, କନିଷ୍ଟ ରାଜସ୍ୱ ସହାୟକ, ତ୍ରିଲୋଚନ ନାୟକ, ବୁଦ୍ଧଦେଵ ସା, ଗୀତାଞ୍ଜଳି ଦରୁୱାନ , ବୁଥ ସ୍ତରୀୟ ନିରୀକ୍ଷକ ପ୍ରମୁଖ ସହାୟତା କରିଥିଲେ ।

