Homeaccidentନୟାଗଡ଼ରେ ସିରିଜ୍ ଦୁର୍ଘଟଣା: ଜଣଙ୍କର ମୃତ୍ୟୁ, ଏକାଧିକ ଆହାତ

ନୟାଗଡ଼ରେ ସିରିଜ୍ ଦୁର୍ଘଟଣା: ଜଣଙ୍କର ମୃତ୍ୟୁ, ଏକାଧିକ ଆହାତ

ନୟାଗଡ଼, (୧୮/୧୦) : ଆପ୍ର : ନୟାଗଡ଼ରେ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣା ଘଟାଇ ଫେରାର ହୋଇଗଲା କାର୍ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହାତ ହୋଇଛନ୍ତି ।

ଗତକାଲି ସଂନ୍ଧ୍ୟା ପ୍ରାୟ ୭ ଟା ସମୟରେ କାରଟି ପ୍ରଥମେ ଦୁର୍ଗାପ୍ରସାଦ ଛକରେ ଏକ ବାଇକକୁ ଧକ୍କା ଦେଇଥିଲା । ଏଥିରେ ୨ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିଲେ । କିଛି ମିନିଟ ପରେ ତୀବ୍ର ବେଗରେ ଯାଇ ସିନ୍ଦୁରିଆ ଛକରେ ଅନ୍ୟଏକ ବାଇକକୁ ଧକ୍କା ଦେଇଥିଲା । ବାଇକରେ ଯାଉଥିବା ମା ଓ ପୁଅ ଗୁରୁତର ହୋଇଥିଲେ । ଆହତ ହେଉଛନ୍ତି ଇଟାମାଟି ଥାନା ସରପଡା ଗାଁ’ର ମନୋରମା ବେହେରା ଓ ପୁଅ ନିଶିକାନ୍ତ ବେହେରା । ମନୋରମାଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ହେବାରୁ ନୟାଗଡ଼ରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ପରେ ଉକ୍ତ କାରଟି ତୁଳସୀପୁର, ନୂଆଗାଁରେ ଦୁର୍ଘଟଣା ଘଟାଇ ଗାଡି ଫେରାର ଥିବା ଜଣା ପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments