Homebreaking newsବଜ୍ରକାପ୍ତା ଡିଲ୍ ବେଳେ ମାଡ଼ିବସିଲା ବନବିଭାଗ, ୩ ଗିରଫ

ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ିବସିଲା ବନବିଭାଗ, ୩ ଗିରଫ

ନୂଆପଡ଼ା, (୨୨/୦୮) : ଆପ୍ର : ଜୀବନ୍ତ ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ିବସିଲା ବନବିଭାଗ । ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଖଡ଼ିଆଳ ବନବିଭାଗ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ।

ଏଥି ସହ ବନଵିଭାଗ ଏହି ଚୋରା ଚାଲାଣ କାରବାରରେ ସଂପୃକ୍ତ ଥିବା ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଵିଭାଗରେ ଅନ୍ତର୍ଗତ ରାଣୀମୁଣ୍ଡା ପଲମା ଗାଁ’ର ଏକ ପାନୀୟ ଜଳପମ୍ପ ହାଉସ ନିକଟରୁ ବନବିଭାଗ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗତକାଲି ସନ୍ଧ୍ୟାରେ ସମୟରେ ପଲମାଗାଁର ବାଳକୃଷ୍ଣ ହାତୀ ଓ ସୋନୁହାତୀ ଗାଁ ନିକଟସ୍ଥ ପମ୍ପହାଉସରେ ଏକ ବଜ୍ରକାପ୍ତାକୁ ବିକ୍ରିପାଇଁ ରଖିଥିଲେ ।

ଆଉ ପଡ଼ୋଶୀ ଛତିଶଗଡ଼ ଦେଭୋଗ ପିଠାପରା ଗାଁ’ର ରୋଶନ ଠାକୁରଙ୍କୁ ବଜ୍ରକାପ୍ତା ଡିଲ୍ ପାଇଁ ପଲମାଗାଁକୁ ଡାକିଥିଲେ । ଏନେଇ ଖଡ଼ିଆଳ ବନବିଭାଗର ସ୍ୱତନ୍ତ୍ର ଟିମ୍ କୈଣସି ସୂତ୍ରରୁ ଖବର ପାଇ ବଜ୍ର କାପ୍ତା ଡିଲ୍ ବେଳେ ମାଡ଼ିବସିଥିଲା । ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପରେ ବନବିଭାଗ ପକ୍ଷରୁ ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥଥିବା ବେଳେ ବଜ୍ରକାପ୍ତାର ଓଜନ ୭.୦୯୮ କିଲୋଗ୍ରାମ ରହିଛି । ଗିରଫ ପରେ ୩ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜି ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments