Homebreaking newsରାକ୍ଷୀ ବାନ୍ଧିବାକୁ ଭଉଣୀ ଘରକୁ ଯାଇ ଶାଳକ ଖାଇଲେ ଏସିଡ୍ ମାଡ଼, ଭିଣୋଇ ଗିରଫ

ରାକ୍ଷୀ ବାନ୍ଧିବାକୁ ଭଉଣୀ ଘରକୁ ଯାଇ ଶାଳକ ଖାଇଲେ ଏସିଡ୍ ମାଡ଼, ଭିଣୋଇ ଗିରଫ

ବ୍ରହ୍ମପୁର, (୩୦/୦୮) : ଆପ୍ର : ରାକ୍ଷୀ ବାନ୍ଧିବାକୁ ଭଉଣୀ ଘରକୁ ଯାଇ ଶାଳକ ଖାଇଲେ ଏସିଡ୍ ମାଡ଼ । ଏସିଡ୍‌ ଫିଙ୍ଗିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ପୋଲିସ୍ ଭିଣୋଇ ଗିରଫ କରିଛି

ଗିରଫ ଭିଣେଇ ହେଲେ ବ୍ରହ୍ମପୁର ବିଷ୍ଣୁନଗର ମେନ୍‌ ରୋଡ୍‌ ଅଞ୍ଚଳର କେ. ଉଦୟନାଥ ଆଚାରି । ସୂଚନା ଅନୁସାରେ, ଭିଣୋଇ ଏବଂ ଅଭିଯୋଗକାରୀ କେ. ଚକାଡୋଳା ଆଚାରିଙ୍କ ମଧ୍ୟରେ ୫୦ହାଜର ଟଙ୍କାର ହାତ ଋଣ ପରିଶୋଧକୁ ନେଇ ଦୀର୍ଘଦିନ ଧରି ବିବାଦ ଓ ପୂର୍ବ ଶତ୍ରୁତା ରହିଥିଲା । ରାକ୍ଷୀ ବନ୍ଧନ ଅବସରରେ ଅଭିଯୋଗକାରୀ କେ ଚକାଡୋଳା ଆଚାରି ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଭିଣୋଇ ଉଦୟନାଥଙ୍କ ଘରକୁ ଯାଇଥିଲେ । ସେଠାରେ ପୂର୍ବ ଋଣ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଝଗଡ଼ା ସମୟରେ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଝଗଡ଼ା ତୀବ୍ର ହେବା ସହ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଟଣାଓଟରା ହୋଇଥିଲା । ଏହି ସମୟରେ ଭିଣେଇ ଘର ଭିତରକୁ ଯାଇ ଏକ ପ୍ଲାଷ୍ଟିକ୍‌ ପାତ୍ରରେ ଥିବା ସଲଫ୍ୟୁରିକ୍‌ ଏସିଡ୍‌ ଆଣି ଶାଳକଙ୍କ ମୁହଁକୁ ଲକ୍ଷ୍ୟ କରି ଫିଙ୍ଗିଥିବା ଅଭିଯୋଗ ହୋଇଛି । ତେବେ ଶାଳକ ନିଜ ଶରୀରକୁ ବୁଲାଇ ଦେବାରୁ ଏସିଡ୍‌ ତାଙ୍କ ମୁହଁରେ ନପଡ଼ି ଶରୀରର ପଛପଟ, ବେକ, ଛାତି, ବାମ ହାତ, ପିଠି ଓ ଅନ୍ୟାନ୍ୟ ସ୍ଥାନରେ ପଡ଼ିଥିଲା । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ି କ୍ଷତ ସୃଷ୍ଟି ହୋଇଥିଲା ।

ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ନିଆଯାଇଥିଲା । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ଭିଣେଇଙ୍କ ଘରୁ ଏକ ଏସିଡ୍‌ ଥିବା ବୋତଲ ଏବଂ ଆହତଙ୍କ ଅଧାଜଳା ଟ୍ରାକ୍‌ ପ୍ୟାଣ୍ଟ ଜବତ କରିଛି । ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ କେ. ଉଦୟନାଥ ଆଚାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments