Homebreaking newsଭିଜିଲାନ୍ସ ଜାଲରେ ଏଏସଆଇ, ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍

ଭିଜିଲାନ୍ସ ଜାଲରେ ଏଏସଆଇ, ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍

ବଣାଇ, (୩୦/୦୮) : ଆପ୍ର : ଭିଜିଲାନ୍ସ ଜାଲରେ ଏଏସଆଇ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ASI ମଦନ ମୋହନ ପ୍ରଧାନ ।

ଖାଦ୍ୟ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍ । ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସହ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଡ଼କ ମଧ୍ୟ ଧରାପଡ଼ିଛନ୍ତି । ସମ୍ପୃକ୍ତ ଖାଦ୍ୟ ଦୋକାନ ମାଲିକ ଓ ତାଙ୍କ ସାନଭାଇଙ୍କ ବିରୋଧରେ ଏକ ଅବକାରୀ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫ ନକରିବା ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଏସଆଇ ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଟଙ୍କା ନଦେଲେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଧମକ ଦିଆଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ।

ପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା । ଏଏସଆଇ ମଦନ ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଡ଼କ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ଟ୍ରାପ୍ ପରେ ଏଏସଆଇ ମଦନ ମୋହନ ପ୍ରଧାନଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଚଢାଉ ଚାଲିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments