ସମ୍ବଲପୁର // କୁଚିଣ୍ଡା, (୦୧/୦୬) : ଆପ୍ର : ଲଭ୍-ସେକ୍ସ-ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକା । ୬ମାସର ଗର୍ଭବତୀ ହେବା ପରେ ଯୁବତୀଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଘଟଣା ଘଟିଛି । ବାବୁମଲ୍ଟି ଗାଁର ନରେନ୍ଦ୍ର ପରୁଆଙ୍କର ୨୦୨୩ ମସିହାରୁ ଜଣେ ଯୁବତୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ । ଗର୍ଭବତୀ ହେବାରେ ଯୁବକ ଜଣକ ବିବାହ କରିବାକୁ ମନା କରିଥିଲେ । ଏନେଇ ଜମନକିରା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ପୋଲିସ ନରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେହିଭଳି ଏକ ଘଟଣା କିଛିଦିନ ପୂର୍ବରୁ ଭୁବନେଶ୍ବରରେ ମଧ୍ୟ ଦେଖାଦେଇଥିଲା । ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ ହୋଇଥିଲା । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ ।

