ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ପ୍ରେମ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି MBA ଗ୍ରାଜୁଏଟ ଗିରଫ

Date:

Share post:

ଭୁବନେଶ୍ବର, (୦୧/୦୬) : ଆପ୍ର : ମହଙ୍ଗା ପଡିଲା ଇନଷ୍ଟାଗ୍ରାମ ପ୍ରେମ । ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଭାଇରାଲ କରି MBA ଗ୍ରାଜୁଏଟ ଗିରଫ

ରାଜଧାନୀରେ ସାମ୍ନାକୁ ଆସିଲା ଲଭ୍ ଷ୍ଟୋରୀର ହେଟ୍ ଷ୍ଟୋରୀ । ପ୍ରେମିକା ପାଇଁ ସୀମା ଟପିଗଲା ପୁରୁଣା ପ୍ରେମିକ । ପ୍ରେମିକା ହାତ ଛାଡିଦେବାରୁ ପ୍ରେମିକାର ଅନ୍ତରଙ୍କ ଭିଡିଓ ଭାଇରାଲ କଲା । ଅନୁଗୁଳର ଜିଲ୍ଲା ଛେଣ୍ଡିପଦା ନିତେଶ ସାହୁକୁ ଗିରଫ କଲା କମିଶନରେଟ୍ ପୋଲିସ । ଦୁଇ ବର୍ଷ ପୂର୍ବେ ପୀଡିତାଙ୍କ ସହ ଇନଷ୍ଟାରେ ପ୍ରେମ ଆରମ୍ଭ ହୋଇଥିଲା । ପରେ ନିବିଡତା ପରେ ବିବାହ ପର୍ଯନ୍ତ କଥା ଯାଇଥିଲା ।

ଶାରୀରିକ ସମ୍ପର୍କ ସହ ଉଭୟଙ୍କର ଅନ୍ତରଙ୍ଗ ଭଡିଓ ରଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୀଡିତା ଜଣଙ୍କ ଆଉ ଜଣଙ୍କ ପ୍ରେମରେ ପଡ଼ି ଯୁବକଠୁ ଦୂରେଇ ଗଲେ । ଅଭିଯୁକ୍ତ ପ୍ରେମିକାକୁ ଭୁଲି ପାରିନଥିଲେ ଆଉ ବିବାହ ପାଇଁ ଜିଦ୍ ମଧ୍ୟ ଧରିଥିଲେ । ହେଲେ ଏନେଇ ପ୍ରେମିକ ରାଜି ନ ହେବାରୁ ତାକୁ ବ୍ଲାକ ମେଲ୍ କରିଥିଲେ । ଅନ୍ତରଙ୍କ ମୁହୂର୍ତ୍ତ ଭିଡିଓକୁ ପୀଡିତାର ଘର ଓ ପରିବାର ଲୋକଙ୍କୁ ସେୟାର କରିଥିଲେ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

୧୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍, ୨ ଗିରଫ

କଟକ, (୨୨/୦୬) : ଆପ୍ର : ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ...

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...