Homecrimeସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୩ ଗୁରୁତର, ୨ ଜଣ...

ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୩ ଗୁରୁତର, ୨ ଜଣ ଆହତ

ସୁବର୍ଣ୍ଣପୁର, (୧୯/୧୦) : ଆପ୍ର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ଅନ୍ତର୍ଗତ କୁକିଆ ଗାଁ’ରେ ଟାଙ୍ଗିଆ ଏବଂ ଖଣ୍ଡା ଆକ୍ରମଣରେ ଉଭୟ ପକ୍ଷର ୩ ଜଣ ଗୁରୁତର ୨ ଜଣ ଆହତ ହୋଇଛନ୍ତି ।

ଗୋଟିଏ ଗୋଷ୍ଠୀର ଭଗବାନ ବାଘ ଏବଂ ତାଙ୍କ ବାପା କାହ୍ନୁ ବାଘ ଗୁରୁତର ଆହତ ହୋଇଥିବା ବେଳେ ସତ୍ୟନାରାୟଣ ଭୋଇ ଆହତ ହୋଇଛନ୍ତି । ଅନ୍ୟ ଗୋଷ୍ଠୀର ମଙ୍ଗଳ ବିଶ୍ଵାଳ ଗୁରୁତର ଆହତ ହୋଇଥିବା ବେଳେ ସୁବଳ ବିଶ୍ଵାଳ ଆହାତ ହୋଇଛନ୍ତି । ଗୁରୁତର ମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଉଲୁଣ୍ଡା ପୋଲିସ ତଦନ୍ତ କରୁଛି । କୁକିଆ ଗାଁରେ ଗୋଷ୍ଠୀ ସଂଘର୍ଷ । କୌଣସି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିବା ସୂଚନା ମିଳିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆ ଓ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments