ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ : ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର

Date:

Share post:

ସୁବର୍ଣ୍ଣପୁର, (୧୭/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଠାରେ ପିତୃ-ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଅଛି ।

ଏହି କ୍ୟାମ୍ପରେ ୭୫୬ ଜଣ ଶିଶୁ ଓ ମହିଳା ଉପସ୍ଥିତ ରହିଥିଲେ । ଶିଶୁ ମଙ୍ଗଳ କମିଟି, ସୁବର୍ଣ୍ଣପୁର ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା । ସମସ୍ତ ଶିଶୁଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଲିନା ବାବୁ, ସଭ୍ୟା ରଞ୍ଜିତା ସାହୁ, ସଭ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର ବିଶି ଉପସ୍ଥିତ ରହି ଉପସ୍ଥାପନା କାର୍ଯ୍ୟ ତୁଲାଇଥିଲେ । ଏହି କ୍ୟାମ୍ପକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ମୃତ୍ୟୁଞ୍ଜୟ ସାହୁ, ସରିତା ସୁନା, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା, ଚାଇଲ୍ଡ ହେଲ୍ପଲାଇନର ଧର୍ମେନ୍ଦ୍ର ଦାସ ଓ ଶିଶୁ ମଙ୍ଗଳ ସମିତିର ଏଡିଇଓ ଆକାଶ ରଣା ଶିବିରରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...