ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

Date:

Share post:

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଉତ୍ୟକ୍ତ ଲୋକ ବୁଧବାର ସକାଳେ ୬୫ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

ସୂଚନାଯୋଗ୍ୟ ଗତ ସୋମବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ଝଡ଼ତୋଫାନ ଦ୍ବାରା ଗଛ ଭାଙ୍ଗି ବିଦ୍ୟୁତ୍ ଲାଇନ୍ ଛିଣ୍ଡି ବିଜୁଳି ଯୋଗାଣ ବ୍ୟାହତ ହୋଇଥିଲା। ତେବେ ରାସ୍ତାକଡରେ ଭାଙ୍ଗିଥିବା ଗଛ କଟା ଯାଇ ନଥିବାରୁ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିନଥିଲା। ଗୁହାଳପଡିଆର ଲୋକମାନେ ଆଜିକୁ ୩ଦିନ ଧରି ଅନ୍ଧାରରେ ରହିବା ସହ ଜଳ ଯୋଗାଣ ବ୍ୟାହତ ହେବାରୁ ପାଣି ବିନା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏ ନେଇ ବାରମ୍ବାର ଵିଦ୍ୟୁତ ଵିତରକ ସଂସ୍ଥା ଟାଟା ପାୱର ସହ ଯୋଗାଯୋଗ କଲେ ମଧ୍ୟ ସୁଫଳ ନମିଳିବାରୁ ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ଅତିଷ୍ଠ ଦଳିତ ଜନସାଧାରଣ ତୁରନ୍ତ ବିଜୁଳି ଯୋଗାଣ ଦାବିରେ ଗୁହାଳ ପଡିଆଠାରେ ଖୁଣ୍ଟୁଣୀ-ନରସିଂହପୁର ମୁଖ୍ୟ ରାସ୍ତାରେ ଗଛପକାଇ ରାସ୍ତାରୋକ କରିଥିଲେ । ଫଳରେ ଆଠଗଡ ଓ ଖୁଣ୍ଟୁଣୀ ମଧ୍ୟରେ ଗାଡ଼ି ଚଳାଚଳ କିଛି ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ।

ଖଵର ପାଇ ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଵୁଝା ସୁଝା କରିବା ସହିତ ତୁରନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେଵା ପାଇଁ ଜନସ୍ବାସ୍ଥ୍ୟ ଵିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଟାଟା ପାୱାରର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚି ତୁରନ୍ତ ଭାଙ୍ଗି ପଡ଼ିଥିବା ଲାଇନକୁ ମରାମତି କରି ବିଜୁଳି ଯୋଗାଣ ସ୍ଵାଭାବିକ କରିବା ପରେ ରାସ୍ତାରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜୋରଦାର: ୧୨ ଦିନରେ ୯୪% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ, ଜୁନ୍ ୨୮ ଶେଷ ତାରିଖ

ଭୁବନେଶ୍ୱର, (୧୧/୦୬) : ଆପ୍ର : ଓଡ଼ିଶାରେ ଏବେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) କାର୍ଯ୍ୟକ୍ରମ ଏକ...