ଦଶାହ କାର୍ଯ୍ୟରେ ଆସିଥିବା ବେଳେ ଛୁରାମାଡ଼, ୪ ଆହତ

Date:

Share post:

କଟକ // ବାରଙ୍ଗ, (୩୧/୦୫) : ଆପ୍ର : ବାରଙ୍ଗରେ ଛୁରାମାଡ଼, ୪ ଆହତ । ଆଇ’ଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ବେଳେ ଛୁରାମାଡ଼ ଓ କାଚ ବୋତଲରେ ଆକ୍ରମଣ ।

ଏ ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ରହୁଥିବା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ଗ୍ରାମର ଲକ୍ଷ୍ମୀଧର ରାଉଳ ଶାଶୁଙ୍କ ଶୁଧିଘର ପାଇଁ ପରିବାର ସହ ବାରଙ୍ଗ ବ୍ଲକ ନିକଟ ପୁରୀ ମୂଖ୍ୟ କେନାଲକୁ ଆସିଥିଲେ । ଏହି ସମୟରେ ପପୁ ନାମକ ଯୁବକ ଦୃତ ଗତିରେ ବାଇକ୍ ନେଇ ସେହି ବାଟରେ ଯାଇଥିଲା । ଏଭଳି ଗାଡି ନ ଚଲାଇବାକୁ ପପୁକୁ ଡାକି ଲକ୍ଷ୍ମୀଧରଙ୍କ ପୁଅ ଆକାଶ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପପୁ ତାର ସହଯୋଗୀମାନଙ୍କୁ ଡାକି ସମସ୍ତଙ୍କୁ ମାରଧର କରିଥିଲା । ଏପରିକି ଲକ୍ଷ୍ମୀଧର ଓ ତାଙ୍କ ପୁଅ ଆକାଶକୁ ଛୁରୀ ଓ କାଚ ବୋତଲରେ ଆକ୍ରମଣ କରିଥିଲା । ଏଥିସହ ଆକାଶଙ୍କ ବାଇକକୁ ନେଇ ପଳାଇ ଆସିଥିଲେ ବୋଲି ବାରଙ୍ଗ ଥାନାରେ ଲକ୍ଷ୍ମୀଧରଙ୍କ ପତ୍ନୀ ସୁକାନ୍ତି ଅଭିଯୋଗ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର, (୨୧/୦୬) : ଆପ୍ର : ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ...

ଆଜି ନିଟ୍-ୟୁଜି ରି ଟେଷ୍ଟ, ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, (୨୧/୦୬) : ଆପ୍ର : ଆଜି ନିଟ ୟୁଜି ପୁନଃ ପରୀକ୍ଷା । ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ...

ରାଜ୍ୟରେ ପ୍ରବଳ ବର୍ଷିବ, ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

ଭୁବନେଶ୍ବର, (୨୧/୦୬) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି । ଆଜି...

ଯୋଗକୁ ଜୀବନର ଅଂଶ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର, (୨୧/୦୬) : ଆପ୍ର : ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ...