ସୁବର୍ଣ୍ଣପୁର, (୦୬/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା – ଗୋଡ଼ଭଗା ମୁଖ୍ୟ ରାସ୍ତାର ମଣିଗାଁ ମୁରମୁରି ଜୋର୍ ନିକଟରେ ଥିବା ଡ଼ିଆଁ ହୋଟେଲ ଭିତରକୁ ଏକ ଧାନ ବୋଝେଇ ଟ୍ରକ୍ ପଶି ଯିବାରୁ ହୋଟେଲ ଭାଙ୍ଗିଯାଇଥିବା ବେଳେ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୁଚନା ଅନୁସାରେ ଏକ ଧାନ ବୋଝେଇ ଟ୍ରକ ବିନିକା ପଟରୁ ସମ୍ବଳପୁର ପଟକୁ ଯାଉଥିବା ବେଳେ ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ମଣିଗାଁ ମୁରମୁରି ଜୋର୍ ନିକଟରେ ଥିବା ଡିଆଁ ହୋଟେଲ ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା । ଫଳରେ ହୋଟେଲ ଟି ଭାଙ୍ଗି ବହୂ କ୍ଷୟକ୍ଷତି ହୋଇଥିବା ବେଳେ ହୋଟେଲ ରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇଁ ବିନିକା ପୁଲିସ ଦୁର୍ଘଟଣା ସ୍ଥଳରେ ଗାଡ଼ି ଜବତ କରିବା ଘଟଣାର ତଦନ୍ତ ଜାରୀ ରଖିଛି ।

