Homeaccidentଭାରସାମ୍ୟ ହରାଇ ଢାବା କୁ ପଶିଲା ଧାନ ବୋଝେଇ ଟ୍ରକ୍

ଭାରସାମ୍ୟ ହରାଇ ଢାବା କୁ ପଶିଲା ଧାନ ବୋଝେଇ ଟ୍ରକ୍

ସୁବର୍ଣ୍ଣପୁର, (୦୬/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା – ଗୋଡ଼ଭଗା ମୁଖ୍ୟ ରାସ୍ତାର ମଣିଗାଁ ମୁରମୁରି ଜୋର୍ ନିକଟରେ ଥିବା ଡ଼ିଆଁ ହୋଟେଲ ଭିତରକୁ ଏକ ଧାନ ବୋଝେଇ ଟ୍ରକ୍ ପଶି ଯିବାରୁ ହୋଟେଲ ଭାଙ୍ଗିଯାଇଥିବା ବେଳେ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି

ସୁଚନା ଅନୁସାରେ ଏକ ଧାନ ବୋଝେଇ ଟ୍ରକ ବିନିକା ପଟରୁ ସମ୍ବଳପୁର ପଟକୁ ଯାଉଥିବା ବେଳେ ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ମଣିଗାଁ ମୁରମୁରି ଜୋର୍ ନିକଟରେ ଥିବା ଡିଆଁ ହୋଟେଲ ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା । ଫଳରେ ହୋଟେଲ ଟି ଭାଙ୍ଗି ବହୂ କ୍ଷୟକ୍ଷତି ହୋଇଥିବା ବେଳେ ହୋଟେଲ ରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇଁ ବିନିକା ପୁଲିସ ଦୁର୍ଘଟଣା ସ୍ଥଳରେ ଗାଡ଼ି ଜବତ କରିବା ଘଟଣାର ତଦନ୍ତ ଜାରୀ ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments