Homelocalକାରାଝୋଲା ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘର ବୃକ୍ଷରୋପଣ

କାରାଝୋଲା ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘର ବୃକ୍ଷରୋପଣ

ରାୟଗଡା//କାଶୀପୁର, (୫/୦୮) : ଆପ୍ର : ପରିବେଶ ସୁରକ୍ଷା ଏବଂ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତାକୁ ନେଇ ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ପକ୍ଷରୁ କାଶୀପୁର ବ୍ଲକ ଅନ୍ତର୍ଗତ କାରାଝୋଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସଙ୍ଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁମିତ ବିଶ୍ୱାସ, ଏବିଇଓ ପବିତ୍ର ମୋହନ ନାଏକ, ବିଆରଟି, ସମାଜସେବୀ ହରପ୍ରସାଦ ନାୟକ, ଶ୍ରୀ ରାମ ଗରଡ଼ା ଏବଂ ପୂର୍ବତନ ସରପଞ୍ଚ ଲୁକି ମାଝୀ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଥିବା ବୃକ୍ଷରୋପଣ ଓ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ପ୍ରାୟ ୪୦ଟି ବିଭିନ୍ନ ପ୍ରଜାତିର ବୃକ୍ଷଚାରା ରୋପଣ କରାଯାଇଥିଲା ।

ଏଭଳି ପରିବେଶ ସୁରକ୍ଷାମୂଳକ ପଦକ୍ଷେପକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ସଙ୍ଘ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଘର ଜିଲ୍ଲା ସମ୍ପାଦକ ମନୋଜ କୁମାର ସାହୁଙ୍କ ସମେତ ଗିରିଶେଖର ରଥ, ବିଶ୍ୱଜିତ ଜେନା, ମହେନ୍ଦ୍ର କୁମାର ସ୍ୱାଇଁ ଓ ରତ୍ନାକର ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଯୋଗେନ୍ଦ୍ର ଟାକରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments