Homeaccidentଘାଟି ରାସ୍ତା ରେ ୪୦ ଫୁଟ ତଳକୁ ଖସିଲା ବାଇକ୍ ; ୧ ମୃତ ,...

ଘାଟି ରାସ୍ତା ରେ ୪୦ ଫୁଟ ତଳକୁ ଖସିଲା ବାଇକ୍ ; ୧ ମୃତ , ଜଣେ ଗୁରୁତର

ଗୁଣପୁର, (୨/୮) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଫୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ୍ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।WhatsApp Image 2026 08 02 at 12.26.57

ଏକ ବାଇକ୍ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅରମଡା ଗ୍ରାମର ପ୍ରଦୀପ କୁମାର ଲିମା (୩୦) ଓ ଗୁରୁତର ଆହତ ଜଣକ ହେଲେ ଅଶ୍ଵିନୀ ଜେନ(୩୪) । ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶ୍ଵିନୀ ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅଶ୍ଵିନୀଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଉଭୟ ପ୍ରଦିପ ଓ ଅଶ୍ଵିନୀ ଗୁଣପୁର ସ୍ଥିତ ଆର୍ କେ ଟେଣ୍ଟ ହାଉସ୍ ରେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ବକେୟା ଟଙ୍କା ଆଦାୟ ପାଇଁ ସର୍ଗୀଆସିଙ୍ଗ ଗ୍ରାମକୁ ଯାଇଥିବାବେଳେ ଆରାଡୁଲ୍ ଘାଟିରେ ଏଭଳି ଅଘଟଣ ଘଟିଥିଲା । ଫୁଟାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments