Homeaccidentଘାଟି ରାସ୍ତା ରେ ୪୦ ଫୁଟ ତଳକୁ ଖସିଲା ବାଇକ୍ ; ୧ ମୃତ ,...

ଘାଟି ରାସ୍ତା ରେ ୪୦ ଫୁଟ ତଳକୁ ଖସିଲା ବାଇକ୍ ; ୧ ମୃତ , ଜଣେ ଗୁରୁତର

ଗୁଣପୁର, (୨/୮) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଫୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ୍ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।

ଏକ ବାଇକ୍ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅରମଡା ଗ୍ରାମର ପ୍ରଦୀପ କୁମାର ଲିମା (୩୦) ଓ ଗୁରୁତର ଆହତ ଜଣକ ହେଲେ ଅଶ୍ଵିନୀ ଜେନ(୩୪) । ଦୁର୍ଘଟଣା ପରେ ଉଭୟଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶ୍ଵିନୀ ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅଶ୍ଵିନୀଙ୍କ ଘର କେନ୍ଦ୍ରାପଡା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଉଭୟ ପ୍ରଦିପ ଓ ଅଶ୍ଵିନୀ ଗୁଣପୁର ସ୍ଥିତ ଆର୍ କେ ଟେଣ୍ଟ ହାଉସ୍ ରେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ବକେୟା ଟଙ୍କା ଆଦାୟ ପାଇଁ ସର୍ଗୀଆସିଙ୍ଗ ଗ୍ରାମକୁ ଯାଇଥିବାବେଳେ ଆରାଡୁଲ୍ ଘାଟିରେ ଏଭଳି ଅଘଟଣ ଘଟିଥିଲା । ଫୁଟାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments