୨୮ରୁ ଓଟିଇଟି

Date:

Share post:

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି) ଜୁନ୍‌ ୨୮ ଅନୁଷ୍ଠିତ ହେବ ।

ରାଜ୍ୟର ୯୭,୧୯୧ ଜଣ ଆଶାୟୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ତନ୍ମଧ୍ୟରୁ ୮୪,୬୨୫ଜଣ ନବାଗତ ଛାତ୍ରଛାତ୍ରୀ ରହିଥିବା ବେଳେ ୧୩,୫୪୪ ଜଣ ଚାକିରି କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି। ପରୀକ୍ଷା ନିମନ୍ତେ ମୋଟ ୩୧୧ଟି ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖାଯାଇ ପରୀକ୍ଷାକୁ ଦୁଇଟି ସିଟିଂରେ କରାଯିବ। ସକାଳ ୯ ଟାରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ। ଏଥିଲାଗି ନିଜ ଜିଲାରେ ଆଶାୟୀମାନେ ଯେପରି ପରୀକ୍ଷା ଦେଇପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି ।

୧୬ ତାରିଖ ରାତି ୧୨ଟା ପରେ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ କରିପାରିବେ । ବୋର୍ଡ ୱେବ୍‌ସାଇଟ୍‌ (www.bseodisha.nic.in,www.bseoexams.org/otet2026) କୁ ଫର୍ମପୂରଣ ସମୟରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ଜରିଆରେ ଓଟିପି ଦେଇ ସେମାନେ ଆଡ୍‌ମିଟ କାର୍ଡ ଡାଉନ୍‌ଲୋଡ କରିପାରିବେ। ଯଦି ପାସ୍‌ୱର୍ଡ ମନେ ନଥିବ ସେମାନେ ଫରଗେଟ୍‌ ପାସୱର୍ଡ ମାରି ନୂତନ ପାସୱର୍ଡ ଦେଇ ପାରିବେ। ଯଦି କୌଣସି ପ୍ରକାର ସମସ୍ୟା ଉପୁଜେ ବୋର୍ଡ କଣ୍ଟ୍ରୋଲ ରୁମ୍‌ (୦୬୭୧-୨୪୧୨୦୫୯, ୮୦୯୩୨୩୩୫୪୪) ଯୋଗେ ଯୋଗାଯୋଗ କରି ସମସ୍ୟାର ସମାଧାନ କରିପାରିବେ ବୋଲି ବୋର୍ଡ ସଭ​‌ାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...

NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ

ନୂଆଦିଲ୍ଲୀ, (୧୭/୦୬) : ଆପ୍ର : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍...