ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଦାବି ପୂରଣ ନ ହେଲେ ଧର୍ମଘଟ

Date:

Share post:

ଭୁବନେଶ୍ୱର, (୩୧/୦୫) : ଆପ୍ର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ ଭଡା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ୧୦ ଦିନର ସମୟ ଦେଲା ବସ ମାଲିକ ସଂଘ

୧୦ ଦିନ ଭିତରେ ଭଡା ବୃଦ୍ଧି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଭଡା ନ ବଢିଲେ ଭାଟ ଛାଡ଼ ପାଇଁ ଦାବି କରିଛି ସଂଘ । ଆଜି ପରିବହନ ମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବିପତ୍ର ପ୍ରଦାନ କରିଛି ବସ ମାଲିକ ସଂଘ । ପରିବହନକୁ ନେଇ ଥିବା ପୂର୍ବ ନିର୍ଦ୍ଧାରିତ ୧୨ଟି ପାରାମିଟର ଲାଗୁ ପାଇଁ ଦାବି କରିଛି ସଂଘ। ୧୦ଦିନ ଭିତରେ ନିଷ୍ପତ୍ତି ନ ନେଲେ ପରବର୍ତ୍ତୀ କାର୍ଯ୍ୟ ନିର୍ଦ୍ଧାରିତ କରିବ ବସ ମାଲିକ ସଂଘ । ପ୍ରତିବର୍ଷ ଏପ୍ରିଲ ମାସରେ ପରିବହନ ବିଭାଗ ଏବଂ ସଂଘ ଭିତରେ ବୈଠକ ହେବାକଥା, ଯାହା ଦୀର୍ଘ ବର୍ଷ ହେଲା ହୋଇନଥିବା ସଂଘ ଅଭିଯୋଗ କରିଛି। ରାଜ୍ୟ ବସ ମାଲିକ ସଙ୍ଘ ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ପରିବହନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେପଟେ ମନ୍ତ୍ରୀ କହିଛନ୍ତି, ଏ ବାବଦରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

LEAVE A REPLY

Please enter your comment!
Please enter your name here

spot_img

Related articles

୧୬୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

ନୟାଗଡ଼, (୩୧/୦୫) : ଆପ୍ର : ୧୬୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ ୨ ଗୁରୁତର ଓ ଜଣେ ଆହତ । ନୟାଗଡ଼...

କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ, ୨୨ଟି କଇଁଛ ଜବତ

ନବରଙ୍ଗପୁର // ଉମରକୋଟ, (୩୧/୦୫) : ଆପ୍ର : କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ । ୨୨ଟି କଇଁଛ ଜବତ...

ବଜ୍ରାଘାତରେ ଜଳିଗଲା ତିନି ବଖରା ଘର

ଭଦ୍ରକ, (୩୧/୦୫) : ଆପ୍ର : କାଳ ବୈଶାଖୀ ପ୍ରଭାବ ଯୋଗୁ ବଜ୍ରାଘାତରେ ଜଳିଗଲା ତିନି ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ...

ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା, ୨ ତାରିଖ ଯାଏ ତାତି କମ୍ ରହିବ

ଭୁବନେଶ୍ବର, (୩୧/୦୫) : ଆପ୍ର : ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା । ୨ ତାରିଖ ଯାଏ ତାତି କମ୍ ରହିବ।...