ରାୟଗଡା, (୧୦/୧୧) : ଆପ୍ର : ବଢ଼ିଲା ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ଅଡୁଆ । ୨୩/୧୨/୨୦୧୦ ହୋଇଥିବା ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡlଙ୍ଗୀ ହତ୍ୟା ମାମଲର ଶୁଣାଣି କରି ଅଭିଯୁକ୍ତ ମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ ।
ହାଇକୋର୍ଟର ଏହି ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ସହ ଅଭିଯୁକ୍ତ ମାନଙ୍କୁ ୨ସପ୍ତାହ ମଧ୍ୟରେ ହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ, । ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଭାସ୍କର ରାଓଙ୍କ ସମ୍ପୃକ୍ତି ନେଇ ପରିବାର ପକ୍ଷରୁ ଆଗରୁ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଭାସ୍କର ରାଓ ଏଡିଯେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପରେ ତାଙ୍କୁ ରାୟଗଡା ଉପ- କାରାଗାରକୁ ପଠାଇ ଦିଆ ଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ୬ଜଣଙ୍କ ମଧରୁ ଜଣଙ୍କର ମୃତ୍ୟୁ ଘଟିଥିବା ସମୟରେ ଭାସ୍କର ରାଓଙ୍କ ସହିତ ଅନ୍ୟ ୪ ଜାମିନି ରଦ୍ଧ ହୋଇଥିଲା । ସୂଚନା ଅନୁଯାୟୀ ରାୟଗଡ଼ା ଥାନାରେ ୨୩ ଡିସେମ୍ବର ୨୦୧୦ରେ ମାମଲା ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ଦାୟର ହୋଇଥିଲା । ଏହି ମାମଲାରେ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ ଭଳି ସଂଗୀନ ଦଫା ଲଗା ଯାଇଥିଲା ।
ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ଏବଂ ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି ସିବି ଥାନାରେ ଏହା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା । ସୂଚନାଯୋଗ୍ୟଯେ ହାଇକୋର୍ଟଙ୍କ ଆଦେଶରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗୀ ସୁପ୍ରିମ୍ କୋର୍ଟଙ୍କ ନିକଟରେ ଅପିଲ୍ ଦାଏର କରିଥିଲେ । ଏହି ଘଟଣାରେ ପୁର୍ବତନ ରାଜ୍ୟ ସଭାସାଂସଦ ଏନ୍ ଭାସ୍କର ରାଓ, ଇପିଲି ସନ୍ୟାସୀ ରାଜୁ, ପି କ୍ରିସନା,ପି ଦିଲିପି କୁମାର ଏସଡିଯେଏମ କୋର୍ଟରେ ଆତ୍ମସମର୍ପଣ କରଥିବା ସମୟରେ ଏନ ଆଦି ନାରାୟଣ ଅନୁପସ୍ଥିତ ରହିଛନ୍ତି ।

