HomeBlogବ୍ରହ୍ମପୁରରେ ଲଜ୍ଜା, ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ !

ବ୍ରହ୍ମପୁରରେ ଲଜ୍ଜା, ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ !

ବ୍ରହ୍ମପୁର, (୧୦/୧୧) : ଆପ୍ର : ବ୍ରହ୍ମପୁରରେ ଲଜ୍ଜା । ତିନି ଝିଅଙ୍କୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ।

ଥାନାରେ ଏତଲା ପରେ ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ । ଏବେ ଜାମିନରେ ଆସି ପୁଣି ଦୁଇ ଭଉଣୀକୁ ମାରପିଟ କରୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସ୍ପଷ୍ଟୀକରଣ ରଖିଲା ବ୍ରହ୍ମପୁର ପୋଲିସ । ଗତ ଅଗଷ୍ଟ ୨୬ ତାରିଖରେ ଗୋସାଇଁନୂଆଗାଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟିକ ହାଜତକୁ ପଠାଯାଇଥିଲା । ତଦନ୍ତ ଶେଷ ପରେ ଅକ୍ଟୋବର ୨୧ ତାରିଖରେ ସ୍ୱତନ୍ତ୍ର POCSO କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ଅନ୍ୟପଟେ ପୀଡ଼ିତାଙ୍କୁ ଧମକ ଦେବା, ମାଡ଼ ମାରିବା ଏବଂ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଅଭିଯୋଗରେ ଅକ୍ଟୋବର ୧୬ ତାରିଖରେ ଆଉ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ନୋଟିସ୍ ଜାରି କରିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments